mahavir

ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ବ୍ଲକ ବିଡିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଡିପିଓ ପୂର୍ଣ୍ଣିମା ବୈଠାରୁ, ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ପ୍ରସନ୍ନ କୁମାର ନାଗ, ଡବ୍ଲୁଇଓ ଭୀମରାମ ମାଝୀ, ସିପି ରଞ୍ଜିତ ପଟେଲଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଓ ସମନ୍ୱିତ ଶିଶୁ ବିକାଶ ବିଭାଗର କର୍ମଚାରୀ ଯୋଗଦେଇଥିଲେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ତଥା ଆସୁଥିବା ସରକାରୀ ଅନୁଦାନର ସୁବିନିଯୋଗ କରିବା ଉପରେ ଜାତୀୟ ପଞ୍ଚାୟତିରାଜ ଦିବସରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତର ସିଧା ପ୍ରସାରଣ କରାଯାଇଥିଲା । ଏହାପରେ ବ୍ଲକର ମୋଟ ୧୮୦ଜଣଙ୍କ ମଧ୍ୟରୁ ୫ଜଣ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶର ପ୍ରଥମ କିସ୍ତି ବାବଦ ୪୦ହଜାର ଟଙ୍କା ଲେଖାଏଁର ଡମି ଚେକ୍ ପ୍ରଦାନ କରାଯାଇଥିଲା । ଶେଷରେ ବ୍ଲକ ବିପିସି ରବିନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.