
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମେ’ ୧୧ ତାରିଖରୁ ଜିଲ୍ଲାରେ ରବିଧାନ କିଣାବିକା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଜନପ୍ରତିନିଧି, ମିଲର୍ସ, ଚାଷୀ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଏହି ବୈଠକ ପୂର୍ବରୁ ସକାଳୁ ପୋଲିସ କେତେକ ଚାଷୀନେତାଙ୍କୁ ଉଠାଇ ନେଇ ବିଭିନ୍ନ ଥାନାରେ ଅଟକ ରଖିବା ଚର୍ଚ୍ଚାର ବିଷୟ ହୋଇଛି । ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଚାଷୀନେତା ଈଶାନ୍ତ ଭୋଇ, ଉତ୍ପନ୍ନ କୁମାର ଭୋଇ, ସୁଦାମ ପାତ୍ର ପ୍ରମୁଖଙ୍କୁ ପୋଲିସ ଅଟକ ରଖିଛି ।