ଜାତୀୟ ପେନସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଧୁ ମିର୍ଦ୍ଧାଙ୍କ ସଭାପତିତ୍ୱରେ ସର୍ବଭାରତୀୟ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଦ୍ଵାରା ସ୍ଥାନୀୟ ଶବରୀ ନାରାୟଣ ଧର୍ମଶାଳା ବଲାଙ୍ଗିର ଠାରେ ଜାତୀୟ ପେନସନ ଦିବସ ପାଳିତ ହୋଇଯାଇଛି । ଶାଖା ସଂପାଦକ ବୃଷଭ ସା ପେନସନ ଭୋଗୀଙ୍କ ପାଇଁ ସ୍ୱର୍ଗତ ଡି ଏସ୍ ନାକାରାଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ପେନସନର ମାନଙ୍କ କଲ୍ୟାଣ ପାଇଁ ଗତ ୧୭.୧୨.୧୯୮୨ ଦିନ ଦେଇଥିବା ମାନ୍ୟବର ସୁପ୍ରିକୋର୍ଟଙ୍କ ଐତିହାସିକ ରାୟ ସମ୍ପର୍କରେ ଆଲୋଚନା ହୋଇଥିଲା । କୋଷାଧ୍ୟକ୍ଷ ରାହାସ ବିହାରୀ ଭୋଇ ଏବଂ ସଂଘର କର୍ମକର୍ତ୍ତା ବିଦେଶୀ ସାହୁ, ରୋହିତ କୁମାର ସେଠି, ଚଂପେଶ୍ୱର ମିଶ୍ର, ରମାକାନ୍ତ ପାଣିଗ୍ରାହୀ, ଯଜ୍ଞକର ବାରିକ, ଯଥା ବିଶ୍ଵାଳ ଓ ଜନ୍ମେଜୟ ହୋତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.