pakka

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ଜାତୀୟ ଖାଉଟି ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପତିତପାବନ ଏକାଡେମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ତରଫରୁ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ, ବଲାଙ୍ଗିର ପ୍ରୟୋଜନାରେ ଜାତୀୟ ଖାଉଟି ଦିବସ ୨୦୨୨ ପଞ୍ଚାୟତର ସଭାପତି ଗୋପବନ୍ଧୁ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ସ୍ଵାମୀ ବିବେକାନନ୍ଦ ଭାରତମାତା ଓ ଅନ୍ୟ ଦେବାଦେବୀମାନଙ୍କ ପୂଜାର୍ଚ୍ଛନା କରା ଯାଇଥିଲା । ଉପ ନିୟନ୍ତ୍ରକ ବୈଧ ବିଜ୍ଞାନ ଶ୍ରୀମତୀ ବାସନ୍ତୀ ନାୟକଙ୍କ ସ୍ଵାଗତ ଭାଷଣ ଓ ବିଷୟବସ୍ତୁ ଉପସ୍ଥାପନା ପରେ ବୈଧ ମାପ ନିରୀକ୍ଷକ କ୍ଷୀତିଶ ରଞ୍ଜନ ଦାଶ ପ୍ରଥମେ ଓଜନ ମାପ ଗ୍ରାହକ ବିଭିନ୍ନ ସଚତେନତା ଉପରେ ବିଶ୍ଲେଷଣାତ୍ମକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାଗଭୂଷଣ ଗ୍ରାହକର ଅଧିକାର ଓ ସଚେତନତା ଏଥିପାଇଁ ଥିବା ଆଇନରେ ବ୍ୟବସ୍ଥା ସମ୍ପର୍କରେ କହିଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ତ୍ରିପାଠୀ ଯୋଗଦେଇ ବିସ୍ତୃତ ରୂପେ ଚଳିତ ବର୍ଷର ବିଷୟବସ୍ତୁ ‘ଉପୋଭୋକ୍ତା ଆୟୋଗରେ ମାମଲା ଗୁଡିକର ପ୍ରଭାବଶାଳୀ ସମାଧାନ’ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ନୂତନ ରୂପରେ ପରିବର୍ତ୍ତିତ ଖାଉଟି ସୁରକ୍ଷା ଆଇନର ପରିବର୍ତ୍ତନର ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବ କୃଷ୍ଣ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା ପରିଷଦ ସଭ୍ୟ ତଥା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ପ୍ରତିନିଧି ଶିବଦତ୍ତ ମିଶ୍ର ଓ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ରାଜ୍ୟ ସଭାପତି ଶଶିଭୂଷଣ ପୁରୋହିତ ବିଷୟବସ୍ତୁ ଉପରେ ସୁଚିନ୍ତିତ ମତାମତ ରଖିଥିଲେ । ପୂର୍ବରୁ ଖାଉଟି ବିଷୟବସ୍ତୁ ଉପରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟ, ବିଦ୍ୟା ଭୂଷଣ ସଂସ୍କୃତ ମହାବିଦ୍ୟାଳୟ ଓ ଗାୟତ୍ରୀ ଆବାସିକ ମହାବିଦ୍ୟାଳୟରେ କରାଯାଇଥିବା କୁଇଜ୍ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ପ୍ରଥମ ସ୍ଥାନରେ ଆଶା ମହାକୁର ସଂସ୍କୃତ କଲେଜ ଓ ଅଙ୍କିତ ବିଶି ଗାୟତ୍ରୀ କଲେଜ, ଦ୍ଵିତୀୟ ସ୍ଥାନରେ ମନିଷ କୁମାର ପଧାନ ଗାୟତ୍ରୀ କଲେଜ ଓ ଲଲିତ ମାଝି ଗାୟତ୍ରୀ କଲେଜ, ତୃତୀୟ ସ୍ଥାନରେ ପ୍ରଭାତ କୁମାର ତ୍ରିପାଠୀ ସଂସ୍କୃତ କଲେଜ, ଯାଜ୍ଞଶ୍ରୀ ରଣା ଓ ପ୍ରତୀକ ମେହେର ଗାୟତ୍ରୀ କଲେଜ ହାସଲ କରିବା ସହିତ ପୁରସ୍କୃତ ହୋଇଥିଲେ । ଲକ୍ଷ୍ମୀନାରାୟଣପଡା, କନ୍ଧପାଲି ଓ ଠିକାଦାରପଡା ମହିଳା ଓ ପିଲାଙ୍କ ପରୀକ୍ଷାରେ ମନୀଷ ସିଂ ପ୍ରଥମ, କାମିନୀ ମେହେର ଦ୍ଵିତୀୟ ଓ ଆଦିତି ଶତପଥୀ ତୃତୀୟ ସ୍ଥାନରେ ରହିଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ପୁରସ୍କାର ହାସଲ କରିଥିଲେ ।

Leave A Reply

Your email address will not be published.

6 + nineteen =