csstore

ଜାତୀୟ ଗୃହ ପରିପାଳକ ଦିବସ

ଭୁବନେଶ୍ୱର : ନଭେମ୍ବର ୩ ରେ ଆମେ ସେହି ଲୋକମାନଙ୍କୁ ସମ୍ମାନ ଜଣାଇବା ପାଇଁ ପାଳନ କରୁଛୁ ଯେଉଁମାନେ ଆମ ଘର ଚଳାନ୍ତି । ସେମାନଙ୍କୁ ଗୃହ ପ୍ରତିପାଳକ ବୋଲି କୁହାଯାଏ । ରୋଷେଇ କରିବା, ଖାଦ୍ୟ ସାମଗ୍ରୀ କିଣିବା, ଘର ସଜାଡ଼ିବା ଏବଂ ବହୁ ଆବଶ୍ୟକୀୟ ମରାମତି କରିବା ସହିତ ଘରେ କରାଯାଇଥିବା ସମସ୍ତ ଶ୍ରମକୁ ପ୍ରଶଂସା କରିବାକୁ ଏହି ଦିନ ଉତ୍ସର୍ଗୀକୃତ ଅଟେ । ଯିଏ ଗୃହ ପରିବାରରେ ଅଛନ୍ତି, ପରଦା ପଛରେ ରହି ଘର ସମ୍ଭାଳିବାରେ କଠିନ ପରିଶ୍ରମ କରୁଛନ୍ତି ସେହି ଲୋକଙ୍କୁ ଧନ୍ୟବାଦ ଦେବା ହେଉଛି ଏହି ଦିବସ ପାଳନ ଅବସରରେ ଏକ ସୁବର୍ଣ୍ଣ ସୁଯୋଗ । ଯୁକ୍ତରାଷ୍ଟ୍ର ଆମେରିକାରେ, ସେମାନଙ୍କର ସାଥୀ କାମ କରୁଥିବାବେଳେ ଘରର ଯତ୍ନ ନେବାକୁ ଥିବା ବ୍ୟକ୍ତିଙ୍କୁ ଗୃହ ପ୍ରତିପାଳକ କୁହାଯାଏ । ଆମର ସାମ୍ପ୍ରତିକ ସମାଜରେ, ଏହି ସମ୍ବୋଧନ ଯେକୌଣସି ଲିଙ୍ଗର ଘର ମୁଖ୍ୟଙ୍କ ପାଇଁ ପ୍ରଯୁଜ୍ୟ, ଅର୍ଥାତ ମହିଳା ହୁଅନ୍ତୁ କିମ୍ବା ପୁରୁଷ । ଯିଏ ନିଜ ଘରକୁ ଶୃଙ୍ଖଳିତ ରଖିବା ପାଇଁ କଠିନ ପରିଶ୍ରମ କରେ । ଜଣେ ଗୃହ ପ୍ରତିପାଳକ ମଧ୍ୟ ବୟସ୍କ ପିତାମାତା କିମ୍ବା ପରିବାର ସଦସ୍ୟ ହୋଇପାରନ୍ତି ଏବଂ ଘରର ଯତ୍ନ ନେବାକୁ ସାହାଯ୍ୟ କରନ୍ତି । ଅବଶ୍ୟ ଅତୀତରେ ଜଣେ ଗୃହ ତଦାରଖକାରୀ ସାଧାରଣତଃ ଏକ ପରିବାରର ପତ୍ନୀ କିମ୍ବା ମାଟ୍ରିଚ୍ ହୋଇଥା’ନ୍ତି । ସେଥିପାଇଁ ଏହାକୁ ହାଉସ ଓ୍ଵାଇଫ ବା ଗୃହ ପତ୍ନୀ ଦିବସ ବୋଲି କୁହାଯାଉଥିଲା । ଉନବିଂଶ ଶତାବ୍ଦୀରେ ମହିଳାମାନେ ନିଜ ସ୍ୱାମୀ ଏବଂ ପିଲାମାନଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ପରିବେଶ ଭାବରେ ଘରର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରୁଥିଲେ । ୧୯୮୯ ରେ ଆଦାମ ହୋଚଚିଲ୍ଡଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଯେଉଁ ମହିଳାମାନେ ୫୦ % ରୁ ଅଧିକ ଆୟ କରୁଥିଲେ ସେମାନେ ମଧ୍ୟ ଅଧିକାଂଶ ଗୃହ କାର୍ଯ୍ୟକରିବା ପାଇଁ ଦାୟୀ ରହୁଥିଲେ ।
୧୮୦୦ ଦଶକ ପରି ଏକବିଂଶ ଶତାବ୍ଦୀରେ ଗୃହ ପ୍ରତିପାଳକ ହେବା କେବଳ ମହିଳାଙ୍କ ପାଇଁ ଜୀବନବ୍ୟାପୀ ପ୍ରତିବଦ୍ଧତା ନୁହେଁ । ବର୍ତ୍ତମାନ ଯିଏ ଘରେ ରହିବେ ସେ ହୁଏତ ପରେ କର୍ମକ୍ଷେତ୍ରକୁ ପରେ ଫେରିବାକୁ ଚାହିଁପାରନ୍ତି । ଯେତେବେଳେ ତାଙ୍କର ସାଥୀ ମଧ୍ୟ କାର୍ଯ୍ୟ କ୍ଷେତ୍ରକୁ ଯିବା ଜାରି ରଖିବେ କିମ୍ବା ସ୍ଥାନ ବଦଳାଇବାକୁ ଏବଂ ଗୃହ କାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିବାକୁ ନିଷ୍ପତ୍ତି ନେବେ ସେତେବେଳେ ଆବଶ୍ୟକତା ଅନୁପାତରେ ସ୍ତ୍ରୀ କିମ୍ବା ପୁରୁଷ ଗୃହ ପରିଚାଳନା ଦାୟିତ୍ୱ ନେବେ । ସମ୍ପ୍ରତି ବର୍ତ୍ତମାନ ଅଧିକ ପୁରୁଷ ଗୃହ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଯଦିଓ ଗୃହ ପରିଚାଳନା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ସେମାନଙ୍କ ପୁରୁଷ ସହକର୍ମୀଙ୍କ ତୁଳନାରେ ଅଧିକ, ତଥାପି ଉଭୟଙ୍କ ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ କମ୍ ହେବାରେ ଲାଗିଛି ଯେହେତୁ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନଶୈଳୀ ସହିତ ମେଳ ଖାଉଥିବା ପଦ୍ଧତି ପାଇଁ ପାରମ୍ପାରିକ ଲିଙ୍ଗଗତ ନିୟମରୁ ବାହାରି ଆସୁଛନ୍ତି ।
“ଜାତୀୟ ଗୃହ ପରିଚାଳକ ଦିବସ” ହେଉଛି ଘର ସଜାଡ଼ିବାରେ ଯେଉଁ ମାନଙ୍କ କଠିନ ପରିଶ୍ରମ, ଉତ୍ସର୍ଗୀକୃତତା ଏବଂ ସୃଜନଶୀଳତା ରହିଛି ତାକୁ ଚିହ୍ନିବା ପାଇଁ ଏକ ଦିବସ । ଏମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ସେମାନେ ଯେଉଁମାନେ ପାରମ୍ପାରିକ ଘରୋଇ କାର୍ଯ୍ୟ ପରିଚାଳନା କରନ୍ତି । ଏହି ବିଶେଷ ଦିନରେ, ଆମ ଘରକୁ ସୁନ୍ଦର ଭାବରେ ପରିଚାଳିତ କରିବା ପାଇଁ ଯେଉଁମାନେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରୁଛନ୍ତି ସେମାନେ କରିଥିବା ସମସ୍ତ କାର୍ଯ୍ୟ ପାଇଁ ଆମେ କୃତଜ୍ଞତା ଜଣାଇବା । ଜାତୀୟ ଗୃହ ପରିପାଳକ ଦିବସର ଶୁଭେଚ୍ଛା ।

jayashree
Leave A Reply

Your email address will not be published.