csstore

ଉତ୍କଳ ଗୌରବ ବିଦ୍ୟାନିକେତନ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଉତ୍କଳ ଗୌରବ ବିଦ୍ୟାନିକେତନ ପରିସରରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାନିକେତନର ପ୍ରଧାନଶିକ୍ଷକ ବସନ୍ତ କୁମାର ଦାସ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ରଶ୍ମିତା ବେହେରା, ମୁଖ୍ୟବକ୍ତା ରୂପେ ବିଶିଷ୍ଟ ସମାଜସେବୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସେକସେନ ଅଧିକାରୀ ନଗେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ସରପଞ୍ଚ ଭାଗିରଥି ପ୍ରଧାନ, ଅବସର ପ୍ରାପ୍ତ ସୈନିକ କପିଳେନ୍ଦ୍ର ଦାସ,ସିଙ୍ଗବ୍ରହ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ମଙ୍ଗରାଜ, ସିଆରସିସି ପ୍ରଦୀପ କୁମାର ବଳିୟାରସିଂହ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ପରିଡା, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ସନ୍ତୋଷ କୁମାର ପଣ୍ଡା, ଶିକ୍ଷାବିତ ନରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସମବେତ ଜାତୀୟ ସଂଗୀତ ଜ୍ଞାନ ସହ ଜାତୀୟ ପତକା ଉତ୍ତୋଳନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ପୁରୁଷୋତ୍ତମ ମୁଦୁଲି ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଓ ଦେଶାତ୍ମକ ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ଉପଢୌକନ, ପ୍ରଶଂସା ପତ୍ର ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗ ପ୍ରତିଯୋଗିତାରେ ରଶ୍ମିତା ନାୟକ, ସାଧାରଣ ଜ୍ଞାନ (ଜିକେ) ରେ ସମ୍ୟରଂଜନ ପ୍ରଧାନ, ପ୍ରବନ୍ଧ ରେ ମନୋଲିସା ପ୍ରଧାନ, ଲିଖନରେ ରାଜଶ୍ରୀ ପ୍ରଧାନ, ଏବଂ ବକ୍ତୃତା ପ୍ରତିଯୋଗିତାରେ ରାଜଶ୍ରୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ । ଏଥିସହିତ ୨୦୨୪-୨୫ ଶିକ୍ଷା ବର୍ଷରେ ବିଦ୍ୟାନିକେତନର ଜୟନ୍ତୀ ବଳଙ୍କୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ତାଙ୍କୁ ମାନପତ୍ର, ଟ୍ରଫି, ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ଛାତ୍ରଛାତ୍ରୀ, ଶିକ୍ଷାକର୍ମୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କ୍ରୀଡା ଶିକ୍ଷକ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଭାତ ଫେରୀ ସହ ଦେଶାତ୍ମକ ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀମାନେ ଗ୍ରାମ ପରିକ୍ରମା କରିଥିଲେ । ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.