ommm
jittmm

ଋତୁସ୍ରାବ କାଳୀନ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ ପାଳନ

ଆଗଲପୁର, (ପିତାମ୍ବର ସାହୁ) : ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତ ଅନ୍ତର୍ଗତ ପାଣ୍ଡେସରା କମ୍ୟୁନିଟି ହଲଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜି ଫାଉଣ୍ଡେସନ ସହାୟତାରେ ବିଶ୍ୱ ଋତୁସ୍ରାବ କାଳୀନ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଶା ତଥା ଅଙ୍ଗନବାଡି କର୍ମୀ ଓ କିଶୋରୀ ମାନେ ଯୋଗ ଦେଇଥିଲେ । ସଂଯୋଜକ ଅଭିଜିତ ମିଶ୍ର କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଯୋଗ ଶିକ୍ଷକ ନୀଳମଣି ସାହୁ ଋତୁସ୍ରାବ ସମୟରେ ହେଉଥିବା ଅସୁବିଧାକୁ କିଭଳି ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ଠିକ କରିହେବ ସେ ଉପରେ ଯୋଗ ଓ ପ୍ରାଣାୟାମର ପ୍ରଣାଳୀ ମାନ ବତାଇଥିଲେ । ଋତୁସ୍ରାବ ସମୟରେ କିଶୋରୀ ମାନେ ପରିଷ୍କାର ପରିଚ୍ଛନ୍ନତା ରହି ପେଡ ବ୍ୟବହାର କରିବା ଏବଂ ପୃଷ୍ଟିକର ଖାଦ୍ୟ ଗ୍ରହଣ କରିବା ଉପରେ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କିଶୋରୀମାନଙ୍କ ସ୍ଵଚ୍ଛତାକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପରେ ସଚେତନତା ଉଦ୍ଦେଶ୍ୟରେ ଗ୍ରାମରେ ଏକ ଶୋଭାଯାତ୍ରା କରାଯିବା ସହିତ ଦସ୍ତଖତ ଅଭିଯାନ କରାଯାଇଥିଲା । ନମିତା ପଧାନ, ବର୍ଷା ଯୁଆଡ଼ି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାରର ପ୍ରହଲ୍ଲାଦ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.