csstore

ଝାରମୁଣ୍ଡାରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀର ଝାରମୁଣ୍ଡା ଠାରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଲୋଇସିଂହା ବ୍ଲକ ସଭାପତି ହୃଦୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ବିଜେଡ଼ି ସଭାପତି ପଞ୍ଚୁ ପଧାନ, ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ଓ ପୁଇଁତଲା ବ୍ଲକ ବିଜେଡ଼ି ସଭାପତି ବିଷ୍ଣୁ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ଲୋଇସିଂହା ଜୋନ ୩୩ର ସଦସ୍ୟା ଲିଲିମା ବେହେରା, ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ଦାସ, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ବରିହା ପ୍ରମୁଖ ମଞ୍ଚାସୀନ ଥିଲେ । ଆଗଲପୁର ବ୍ଲକ ବିଜେଡ଼ି ଯୁବ ସଭାପତି ନାରାୟଣ ସାହୁ, ଲୋଇସିଂହା ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣା, ମହିଳା ନେତ୍ରୀ ଜ୍ୟୋସ୍ନାମୟୀ ନାଗଙ୍କ ସମେତ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ତଥା ଶତାଧିକ ସଂଖ୍ୟାରେ ବିଜେଡ଼ି କର୍ମୀ ମାନେ ଯୋଗଦେଇ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଆଗକୁ ଦଳ କିପରି ଆହୁରି ମଜବୁତ୍ ହୋଇ ସଂଗଠିତ ହୋଇପାରିବ ସେ ଉପରେ ଆଲୋଚନା କରାଯାଇ ମତାମତ ଆହ୍ୱାନ କରାଯାଇଥିଲା । ପରିଶେଷରେ ଶ୍ୟାମସୁନ୍ଦର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.