ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ସେଲ ଗୌରବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ମାକ୍ସମୁଲାର ଭବନଠାରେ ଭାରତୀୟ ଯୁବ ହଷ୍ଟେଲ ତରଫରୁ ସେଲ ଗୌରବ ଦିବସ ପାଳିତ ହୋଇଯାଇଛି । ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ଅନୀଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ମିକ ନିର୍ବାହୀ ନିର୍ଦ୍ଦେଶକ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି, ସହରସେବା ବିଭାଗ ମୁଖ୍ୟ ମହା ପରିଚାଳକ ଅଜୟ ନାୟକ, ପ୍ରାକ୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି, ଟାଉନ ଇଂଜିନିୟରିଂ ମୁଖ୍ୟ ବିକେ ଯୋଯୋ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆର୍‌ଏସ୍‌ପିର ମହାପ୍ରବନ୍ଧକ ତଥା ଯୁବ ହଷ୍ଟେଲର ଉପସଭାପତି ପ୍ରତାପ ସ୍ଵାଇଁ ସ୍ଵାଗତ ଭାଷଣ ରଖିଥିଲେ । ଏହି ଅବସରରେ ଅତିଥିମାନେ ଯୁବ ହଷ୍ଟେଲର ସମାଜ ପ୍ରତି ପ୍ରତିବଦ୍ଧତା ଓ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମତ ରଖିଥିଲେ । ହଷ୍ଟେଲ କାର୍ଯ୍ୟକାରିଣୀ ସଦସ୍ୟ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଲୁସି ଦାଶଙ୍କ ପ୍ରତ୍ୟକ୍ଷ ସହଯୋଗରେ ମୁଖ୍ୟ ଅତିଥି ସେଲ ପ୍ରତିଷ୍ଠା ଦିବସ ଉପଲକ୍ଷେ କେକ କାଟି ଶୈଳ ଗୌରବ ଦିବସର ଗରିମା ବଢାଇଥିଲେ । ରାଜେଶ ଅଗ୍ରୱାଲ, ପି ପି କେ ପାତ୍ର ସହଯୋଗ କରିଥିଲେ । ଯୁବ ହଷ୍ଟେଲର ସଦସ୍ୟମାନେ ସର୍ବଶ୍ରୀ ସରୋଜ ପଟ୍ଟନାୟକ, ଦେବୁ, ବାବୁଲି, ରଂଜନ, ବସନ୍ତ, ସାଜି, ରାଜେଶ, ଆନନ୍ଦ, ସନ୍ତୋଷ, ପି ସି, ସରୋଜ, ନୀଳମଣି, ବିଦିତ, ପିତାମ୍ବର, ସୁରେଶ, ବିଶ୍ୱନାଥ, ସୁପ୍ରଭା, ସୁଲଚନା, ଶାନ୍ତି, କାପ୍ରା, ମୀନାକ୍ଷୀ, ଅରୁନ୍ଧତୀ, ଲୁସି, ପ୍ରଣତୀ, ନିରଜ, ଅନୁପମ, ଅମିତାଭ, ମନୋଜ ପ୍ରମୁଖ ସେଲ ଗୌରବ ଦିବସକୁ ଅନନ୍ୟ ଶୈଳୀରେ ହର୍ଷୋଲ୍ଲାସରେ ପାଳନ କରିଥିଲେ ।

Leave A Reply

Your email address will not be published.