ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଚଞ୍ଚରାପଡା ଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସହିତ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରିବାର ଲକ୍ଷ ହୋଇଥିବା ବେଳେ ଏହି ଅନୁଷ୍ଠାନର ବିଭିନ୍ନ କୃତି ଏବେ ରାଜ୍ୟ ଓ ରାଜ୍ୟ ବାହାରେ କୃତିତ୍ୱ ହାସଲ କରିସାରି ଥିବା ଏକ ଆକଳନରୁ ଜଣାପଡ଼ିଛି । ଆୟୋଜିତ ସମାରୋହରେ ଅନୁଷ୍ଠାନର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ପଟେଲ ଅତିଥିଙ୍କ ପାଇଁ ସ୍ୱାଗତ ଭାଷଣ ଦେବା ସହିତ ଅନୁଷ୍ଠାନର ଉପଲବ୍ଧି ସମ୍ପର୍କରେ ଅବତାରଣା କରିଥିଲେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ବିଡିଓ ଧର୍ମରାଜ ମାଝୀ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରତାପ ଦାସ ଅଧିକାରୀ, ଷ୍ଟେଟ ବ୍ୟାଙ୍କ ବଜାର ବ୍ରାଞ୍ଚ ମହା ପ୍ରବନ୍ଧକ ଗଣେଶ ନାୟକ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବରିଷ୍ଠ ଶିକ୍ଷକ ଲଳିତ ମୋହନ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିବା ବେଳେ ଗତବର୍ଷର ଶ୍ରେଷ୍ଠ ୨ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିବା ବେଳେ ଶ୍ରଦ୍ଧା ସୁମନ ପତି, ସତ୍ୟାନନ୍ଦ ମାଝୀ, ବିକ୍ରମ ଭୁଏ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.