oom

ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍‌ଆଇଟି କ୍ୟାମ୍ପସରେ ୨୫ତମ କାରଗିଲ ବିଜୟ ଦିବସ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍‌ଆଇଟି କ୍ୟାମ୍ପସରେ ୨୫ତମ କାରଗିଲ ବିଜୟ ଦିବସ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ଆବାହକତ୍ୱ, ଭାରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦାଶଙ୍କ ସଭାପତିତ୍ୱ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଏବଂ ଏନ୍‌ସିସିର ମିଳିତ ସମାବେଶରେ ଏକ ବିଦ୍ୟାଳୟ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷକ ତଥା ସେକେଣ୍ଡ ଓଡ଼ିଶା ସ୍କ୍ୱାର୍ଡନ ଫ୍ଲାଇଙ୍ଗ ଏନ୍‌ସିସି ଝାରସୁଗୁଡ଼ାର ଏନ୍‌ସିସି ଶିକ୍ଷକ ସରୋଜ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ଏ ଦିବସର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ଅମର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ଅଜୟ ରାଉତ, ଛବିରାଣୀ ପ୍ରଧାନ, ପୂଜା ସ୍ୱାଇଁ, ମିନତୀ ଖମାରୀ, ନମିତା ଦନ୍ତା, ସାଗର ପରିଡା, ଭରତ ସେଠୀ, ହରିଶଙ୍କର କାମିଲା, ଅନ୍ନପୂର୍ଣ୍ଣା ସାହୁ, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ, ମମତା ସେନାପତି, ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ । ଏପରି ସୁନ୍ଦର କାର୍ଯ୍ୟକ୍ରମ ଅଭିଭାବକ ମାନେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ବିଜୟ ମହନ୍ତୋ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ, ସାବିତ୍ରୀ ଦେବୀ, ବନିତା ଦେବୀ, ପ୍ରତିମା ଦେବୀ ଉପସ୍ଥିତ ଥିଲେ । ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଛବିରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରି ଏ ବିଦ୍ୟାଳୟରେ ବିବିଧ ଗୁଣାତ୍ମକ ଶିକ୍ଷା ସହିତ ପିଲାମାନଙ୍କର ସାମଗ୍ରିକ ଉନ୍ନତି ପରି କାର୍ଯ୍ୟକ୍ରମ ବିବିଧ ଅଭିଭାବକ ଓ ବୁଦ୍ଧିଜୀବୀମାନ ପସନ୍ଦ କରିଥିଲେ ।

jittmm
Leave A Reply

Your email address will not be published.