pakka

ହରିହରା ନନ୍ଦ ଆଶ୍ରମର ପ୍ରତିଷ୍ଠା ଦିବସ

bbehera

ଜୟପାଟଣା, (ଶେଷଦେବ ବେହେରା) : ମଣିଷ ଜୀବନରେ ଆଧ୍ୟାତ୍ମିକ ଭାବନାକୁ ପରିପୁଷ୍ଟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଜ୍ଞାନ ମିଶନ ଆନୁକୁଲ୍ୟରେ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ କ୍ରିୟା ଯୋଗ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆନ୍ତର୍ଜାତିକ କ୍ରିୟା ଯୋଗ ମୁଖ୍ୟ ପରମ ପୂଜ୍ୟ ପରମହଂସ ପ୍ରଜ୍ଞାନ ନନ୍ଦ ମହାରାଜ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ପ୍ରବଚନ ଓ କ୍ରିୟା ଯୋଗ ସମ୍ପର୍କରେ ମାର୍ଗଦର୍ଶନ କରିବା ସହିତ ପିପଲ୍‌ଗୁଡା ସ୍ଥିତ ହରିହରା ନନ୍ଦ ଧ୍ୟାନ ମନ୍ଦିରରେ ୧୨୪ଜଣ ନୂତନ ଶିଷ୍ୟ ଶିଷ୍ୟାଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ । ଜୟପାଟଣା ବ୍ଲକ ଅନ୍ତର୍ଗତ ପିପଲ୍‌ଗୁଡା ହରିହରା ନନ୍ଦ ଧ୍ୟାନ ମନ୍ଦିରର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ପରମ ପୂଜ୍ୟ ପରମହଂସ ସ୍ଵାମୀଙ୍କ କ୍ରିୟା ଯୋଗ ସମ୍ପର୍କିତ ପ୍ରବଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପରମହଂସ ଦେବଙ୍କ ସହିତ ସମର୍ପଣା ନନ୍ଦ ଗିରି, ଅରୂପା ନନ୍ଦ ଗିରି, ପରିପୂର୍ଣା ନନ୍ଦ ଗିରି, ଆସିର୍ବାନା ନନ୍ଦ ଗିରି ପ୍ରମୁଖ ଉପସ୍ଥିତ ରହି କ୍ରୀୟାଯୋଗ ସମ୍ପର୍କରେ ମାର୍ଗଦର୍ଶନ ସହିତ ସାଂପ୍ରତିକ ଜୀବନ ଚର୍ଯ୍ୟାରେ ପରିବର୍ତ୍ତନ ଆଣି ଶାରୀରିକ ଓ ମାନସିକ ସ୍ଥିରତା ବଜାୟ ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମଜନା ନନ୍ଦ, ବିଜନନା ନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ଜ୍ଞାନ ପ୍ରଭା ମିଶନରୁ ଗୀତାଞ୍ଜଳି ନାୟକ, ବିଜୟ ଲକ୍ଷ୍ମୀ ଜେନା, ପ୍ରେମାମୟୀ ମା, ସୋମାମୟୀ ମା ପ୍ରମୁଖ ଉପସ୍ଥିତ ଥିଲେ । ହରିହରା ନନ୍ଦ ଧ୍ୟାନ ମନ୍ଦିରର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

one × 4 =