csstore

ବ୍ଲକସ୍ତରୀୟ ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ)ଓଡିଶା ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ, ଓଜନ ମାପ କାର୍ଯ୍ୟାଳୟ, ପୁରୀ ସହାୟତାରେ ଓ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ୍‌ ଆକ୍‌ସନ୍ ଆଣ୍ଡ ରିସର୍ଚ୍ଚ ପୁରୀ ଆନୁକୂଲ୍ୟରେ ଏକ ବ୍ଲକସ୍ତରୀୟ ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୋପବନ୍ଧୁ ଶିଶୁ ମନ୍ଦିର ଇନ୍ଦିପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଜନ ମାପ ବିଭାଗର ନିୟନ୍ତ୍ରିକା ପ୍ରଗତି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ନିୟନ୍ତ୍ରକ ଓଜନ ମାପ ବିଭାଗର ଅକ୍ଷୟ ଭୋଇ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇସାରର ସଂପାଦକ ଅଶୋକ କୁମାର ପେଣ୍ଠୋଇ, ସଂଯୋଜକ ପବିତ୍ର କୁମାର ପଣ୍ଡ।, ସିଆର୍‌ସିସି, ରାସବିହାରୀ ପ୍ରଧାନ, ଆଇଭି ରଶ୍ମିତା କୁମାରୀ ଜେନା, ଅଙ୍ଗନୱାଡି କର୍ମୀ ତଥା ସମାଜସେବୀ, ଅନୁଷ୍ଠାନର ସଭାପତି ଆଲୋକ କୁମାର ସ୍ୱାଇଁ, ସମାଜସେବୀ ବାସୁଦେବ ପ୍ରଧାନ, ପ୍ରକାଶ ଭୋଳ ଅତିଥି ରୂପେ ଯୋଗଦାନ କରିଥିଲେ । ସେମାନେ ଖାଉଟି ସୁରକ୍ଷା ଆଇନ ୧୯୫୬ ଓ ୨୦୧୯ ସମ୍ବଦ୍ଧିତ ଆଇନର ନିୟମ, ଦ୍ରବ୍ୟ, ସେବା ଏବଂ ଓଜନ ଓ ମାପ ବିଷୟରେ ମହିଳାମାନଙ୍କୁ ସଚେତନ କରାଇଥିଲେ ।

jayashree
Leave A Reply

Your email address will not be published.