csstore

ମହିଳା କଂଗ୍ରେସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା କଂଗ୍ରେସ ପକ୍ଷରୁ ବଲାଙ୍ଗିର ଶାନ୍ତିପଡ଼ା କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ମିଲନି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ରାଜ୍ୟ ସଂପାଦକ ଆକ୍‌ବର ଖାନ୍‌ ଏବଂ ଅନ୍ୟତମ ଅତିଥି ଭାବେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ସମାଜସେବିକା ନଳିନୀ ଜାଲ ଓ ଗଣ୍ଡାବଜାର ସଂପାଦକ ତ୍ରିଲୋଚନ ନନ୍ଦ ଯୋଗଦାନ କରି ମହିଳା ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସହରର ଅଗ୍ରଗନ୍ୟ ବ୍ୟକ୍ତି ବିକ୍ରମ ବହିଦାର, ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ଗଣ୍ଡାବଜାର ସଂପାଦକ ତ୍ରିଲୋଚନ ନନ୍ଦ, ଅବସରପ୍ରାପ୍ତ ସୈନିକ ପ୍ରତାପ ଚନ୍ଦ୍ର ରଥ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଂପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀ, ମାହେଶ୍ୱରୀ ସଂଗଠନର ସଂପାଦକ ଶୋଭନ ଅଗ୍ରୱାଲ, ସମାଜସେବୀ ମଧୁସୂଦନ ସାହୁଙ୍କ ସମେତ ସଫଳ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.