csstore

ପି.ପି. ଏକାଡେମୀ ଡାଇମଣ୍ଡ ଜୁବୁଲି ପାଇଁ ୧୯୮୫ ମାଟ୍ରିକ ବ୍ୟାଚର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖରେ ବଲାଙ୍ଗିର ପତିତପାବନ ଏକାଡେମୀର ଡାଇମଣ୍ଡ ଜୁବଲି ମହାସମାରୋହ ପାଳନ ଅବସରରେ ଡାଇମଣ୍ଡ ଜୁବୁଲି ପାଇଁ ୧୯୮୫ର ମାଟ୍ରିକ ବ୍ୟାଚ୍‌ ଛାତ୍ରମାନଙ୍କୁ ନେଇ ବୈଠକ ସ୍ଥାନୀୟ ପି.ପି.ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରମାନେ ଜୁବିଲି ପାଇଁ ସମସ୍ତ ସହଯୋଗ କରିବା ସହିତ ସକ୍ରିୟ ଭାବରେ ଅଂଶ ଗ୍ରହଣ କରି ଜୁବିଲି କାର୍ଯ୍ୟକ୍ରମକୁ କିପରି ସଫଳ ହେବ ସେହି ଉପରେ ନିଜ ନିଜ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ବୈଠକରେ ଶରତ ଚନ୍ଦ୍ର ମିଶ୍ର, ଶୁଭେନ୍ଦୁ ଶତପଥୀ, ପବିତ୍ର ଦାସ, ସଦା ବିହାରୀ ସାହୁ, ମୁନେଶ କ୍ରେଜରିୱାଲ, ବିଜୟ ଅଗ୍ରୱାଲ, ଅଶୋକ ରାଉତ, ହରିଶଙ୍କର ପଣ୍ଡା, ଅଜୟ ମିଶ୍ର, ଭରତ ସିଂ, ହର ପ୍ରସାଦ ମାଝୀ, ଚେୟାରମ୍ୟନ କମ୍ପ, ଜମିଦାର ମେହେର ଓ ସତ୍ୟ ନାରାୟଣ ଶତପଥି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.