csstore

ଶ୍ରୀଶ୍ରୀ ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡଳୀ ପ୍ରତିଷ୍ଠା ଓ ଶୁଭ ଉଦ୍‌ଘାଟନ ଅବସରରେ ବଶାଳ ଧର୍ମସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅଧିନସ୍ଥ ବୁର୍ଡା ଗ୍ରାମରେ ଏକ ବୈଦିକ ଯଜ୍ଞ, ମଣ୍ଡପ ପ୍ରତିଷ୍ଠା ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ବିଦ୍ୟାବାଚସ୍ପତି ଲକ୍ଷ୍ମଣ କୁମାର ଶାସ୍ତ୍ରୀଙ୍କ ପୌରୋହିତ୍ୟରେ ଓ ସ୍ୱାମୀ ରୁଢାନନ୍ଦ ସରସ୍ୱତୀଙ୍କ ସହଯୋଗରେ ବା ଯୋଡା ଯଜମାନ ଓ କର୍ମକର୍ତ୍ତା ଚୈତନ୍ୟ ସାଗର, ଗୋରଖ ନନ୍ଦ, ରାମ ବାଗ, ଶାନ୍ତନୁ ବାଗ ତଥା ଜମିଦାତା ଘନ ସୁନା ଓ ସମସ୍ତ ଉତ୍ସାହୀ ଗ୍ରାମବାସୀଙ୍କ ଉପସ୍ଥିତିରେ ହବନ କାର୍ଯ୍ୟ ଓ ଶ୍ରୀ ଶ୍ରୀ ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡପ ପ୍ରତିଷ୍ଠା ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ପଶ୍ଚିମ ଓଡିଶା ଆର୍ଯ୍ୟ ସମାଜର ବୈଦିକ ବିଦ୍ୱାନ ଗଣ ଉପସ୍ଥିତ ଥିଲେ । ଏହା ପରେ ପରେ ଧର୍ମସଭା ଆରମ୍ଭ ହୋଇଥିବା ବେଳେ ପଣ୍ଡିତ ଲକ୍ଷ୍ମଣ କୁମାର ଶାସ୍ତ୍ରୀଙ୍କ ନିର୍ଦ୍ଦେଶରେ ଧର୍ମସଭାର ସଭାପତି ପଶ୍ଚିମ ଓଡିଶା ଆର୍ଯ୍ୟ ସମାଜର ଉପମନ୍ତ୍ରୀ ରାଜକୁମାର ବରାଡ, ଉପପ୍ରଧାନ ଆଚାର୍ଯ୍ୟ କୃଷ୍ଣଦେବ ଶାସ୍ତ୍ରୀ ବୈଦିକ ବିଦ୍ୱାନ ଆରୁଣୀ କୁମାର ତଥା ବାସୁଦେବ ମୁଗ୍ରୀଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.