csstore

ଭିଜିଲାନ୍ସ ହାତରେ ଧରାପଡିଲେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚାଲିଥିବା ବେଳେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଟିଟିଲାଗଡ଼ କାର୍ଯ୍ୟାଳୟରେ ବଡମାଳ ନିକଟସ୍ଥ ଡୁମାଲପଡ଼ା ନିବାସୀ ରମେଶ ବସ୍ତିଆଙ୍କ ଅଭିଯୋଗ କ୍ରମେ ବୁଧୁବାର ୧୨ଟା ସମୟରେ ନିଜର ଜିଏସଟି ନମ୍ବର ପାଇଁ ପ୍ରଫେସନାଲ ଟ୍ୟାକ୍ସ ଦେବାପାଇଁ ରମେଶ ବସ୍ତିଆଙ୍କୁ ୨୩ ୬୦୦ ଟଙ୍କାର ନୋଟିସ ଦିଆଯାଇଥିଲା, ତେବେ ସେହି ବାବଦକୁ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଥିଲା । ସୂଚନା ଅନୁସାରେ ଏକ କାଳୀନ ତିନୋଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରହିଛି । ଟିଟିଲାଗଡ଼ର ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁରଙ୍କ କାର୍ଯ୍ୟାଳୟ, ବଲାଙ୍ଗିର ଗାନ୍ଧୀନଗରପଡ଼ା ସ୍ଥିତ ତାଙ୍କ ବାସଭବନ ଓ ସୋନପୁର ପୋରାସରାରେ ଦଶ ଜଣିଆ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.