ls

କରଙ୍ଗାକଟା ବନ୍ଧ ସଫା ପାଇଁ ବନ୍ଧ ଆଡିରେ ଧାରଣାରେ ବସିଲେ ବ୍ରାହ୍ମଣପଡାର ମହିଳାମାନେ

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ପାଖାପାଖି ୨୦ରୁ ଅଧିକ ବନ୍ଧ ଥିବାବେଳେ ଏହା ପୌର ପରିଷଦର ଅନ୍ତର୍ଗତ । କିନ୍ତୁ ବଡ ଦୁର୍ଭାଗ୍ୟର କଥା ଯେ, ଏହି ୨୦ରୁ ଅଧିକ ବନ୍ଧ ରକ୍ଷଣାବେକ୍ଷଣ ଅଭାବରୁ ଅପରିଷ୍କାର ହୋଇ ପଡିବା ସହ ବନ୍ଧ ଚାରି ଆଡେ ପଦ୍ମପତ୍ର ଭର୍ତ୍ତି ହୋଇଯାଇଛି । ଲୋକେ ଗାଧୋଇବା ପାଇଁ ମଧ୍ୟ ଘାଟଟିଏ ନାହିଁ । ବନ୍ଧ ସାରା ପଦ୍ମପତ୍ରମୟ ହୋଇଯାଇଛି । ତେବେ ଆଜି ଏହାର ପ୍ରତିବାଦ କରି ବଲାଙ୍ଗିର ସହରର ବ୍ରାହ୍ମଣପଡାବାସୀ ମହିଳାମାନେ କରଙ୍ଗାକଟା ବନ୍ଧ ଆଡିରେ ଧାରଣାରେ ବସି ବନ୍ଧ ସଫା କରିବା ପାଇଁ ଦାବୀ କରିଥିଲେ । ତା’ ସହ ଗତ କିଛି ଦିନ ତଳେ କରଙ୍ଗାକଟା ବନ୍ଧ ଆଡିରେ ଥିବା କିଛି ପରିବାରଙ୍କୁ ଉଚ୍ଛେଦ କରାଯାଇଥିବା ବେଳେ ନିକଟରେ ରହିଥିବା ଭଡା ଘରେ ଉଚ୍ଚେଦ ହୋଇଥିବା ଲୋକମାନେ ରହୁଛନ୍ତି । ହେଲେ ବନ୍ଧ ଆଡିରେ ଉଚ୍ଛେଦ ହୋଇଥିବା ସ୍ଥାନ ଏବେ ମଦୁଆମାନଙ୍କ ପେଣ୍ଠସ୍ଥଳୀ ପାଲଟିଛି ବୋଲି ଧାରଣାରେ ବସିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ମହିଳାମାନେ ଆହୁରି କହିଛନ୍ତି ଯେ, ସେମାନେ ବହୁବାର ଜିଲ୍ଲାପାଳ ଓ ପୌର ପରିଷଦର ପୌରଅଧ୍ୟକ୍ଷାଙ୍କୁ ଏହି ଘଟଣାକୁ ନେଇ ଅବଗତ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳିନାହିଁ । ତେବେ ଆଜି ବାଧ୍ୟ ହୋଇ ବନ୍ଧ ଆଡିରେ ଧାରଣାରେ ବସିବା ସହ ଆଗାମୀ ଦିନରେ ଘନଘୋର ଆନ୍ଦୋଳନ ହେବ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

manabhanjan
Leave A Reply

Your email address will not be published.