pakka

୧୧ ଦିନରେ ଅଙ୍ଗନବାଡି କର୍ମୀଙ୍କ ଧାରଣା, ଧାରଣାସ୍ଥଳରେ ମାଣବସା ପୂଜା

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଅଙ୍ଗନବାଡି ସଂଘର ବିଭିନ୍ନ ଦାବୀ ପୂରଣ ନେଇ ଭୁବେନଶ୍ୱରରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ପାଟଣାଗଡ଼ ବ୍ଲକ ଅଙ୍ଗନବାଡି ସଂଘ ତରଫରୁ ସ୍ଥାନୀୟ ସିଡିପିଓ ଅଫିସ ସମ୍ମୁଖରେ ଧାରଣ ଦିଆଯାଇଛି । ଆଜିକୁ ୧୧ ଦିନ ହେବ ବ୍ଲକର ୧୩ଟି ସେକ୍ଟରର ଅଙ୍ଗନବାଡି କର୍ମୀମାନେ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଭଳି ସ୍ଥିତିରେ ଅଙ୍ଗନୱାଡି କର୍ମୀ ନିଜ ଘରକୁ ନଯାଇ ଆଜି ଧାରଣସ୍ଥଳରେ ମାଣବସା ଲକ୍ଷ୍ମୀ ପୂଜା କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଦାବୀ ମଧ୍ୟରେ ସମାନ କାମକୁ ସମାନ ଦରମା, ସରକାରୀ ମାନ୍ୟତା ଦେବା ସହ ସସେପଣ୍ଡ କରିଥିବା ୭ଜଣଙ୍କୁ ପୁନଃଚାକିରି ଦେବା ଓ ମିନି ଅଙ୍ଗନବାଡିକୁ ସରକାରୀ ମାନ୍ୟତା ପ୍ରଦାନ ସାମିଲ ରହିଛି ।

Leave A Reply

Your email address will not be published.

3 + fifteen =