csstore

ସରକାରୀ ସ୍କୁଲ ବନ୍ଦ ପ୍ରତିବାଦରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାରେ ୨୭୩ଟି ସରକାରୀ ସ୍କୁଲ ବନ୍ଦ ହେବା ପରେ ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି । ବରପାଲି ବ୍ଲକରେ ୧୫ଟି ସ୍କୁଲ ବନ୍ଦ ହେଉଥିବାରୁ ଏହାକୁ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଏହା ଦିଆଯାଇଛି । ବରପାଲି ବ୍ଲକର ଭୋଇଟିକ୍ରା, ଗୋବିନ୍ଦପୁର, ଟିଙ୍ଗିପାଲି, ବିଜୟାପଲ୍ଲୀର ଅଭିଭାବକ ମାନେ ଏହି ରାଲି ଓ ଧାରଣା କାର୍ୟ୍ୟକ୍ରମରେ ଯୋଗ ଦେଇ ସ୍କୁଲ ବନ୍ଦର ପ୍ରତିବାଦ କରିଥିଲେ । କେଉଁ ସ୍ଥାନରେ ଦୁଇ ତିନି କିଲୋମିଟର ଦୂରକୁ ଯିବାକୁ ପଡୁଛି ତ ଆଉ କେଉଁଠି ନଦୀ, ନାଳ, ରେଳ ଲାଇନ, କେନାଲ ଭଳି ପ୍ରତିକୂଳ ରାସ୍ତା ଦେଇ ଯିବାକୁ ଥିବାରୁ କୁନି କୁନି ଛୁଆମାନଙ୍କୁ ଛାଡିବା ପାଇଁ ଅଭିଭାବକ ମାନେ ଚାହୁଁ ନାହାଁନ୍ତି ।ଏପରି ସ୍ଥିତିରେ ସମସ୍ତ ସରକାରୀ ସ୍କୁଲ କୁ ପୂର୍ବପରି ଚାଲୁ ରଖିବାକୁ ଦାବୀ ହେଉଛି । ଏଥିରେ ଆମ ଆଦମୀ ପାର୍ଟିର ଜିଲ୍ଳା ଆବାହକ ଭାବନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମରିୟମ ବାର୍ଳା, ବାସ୍ମତି ବଂଛୋର, ମମତା ବେହେରା, କବିରାଜ ପଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.