pakka

ସମବାୟ ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଧାରଣା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମିଲ୍‌ ମାଲିକଙ୍କ ଧାନ କିଣିବାରେ ଅବହେଳା ନେଇ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ, ଡେଲାଙ୍ଗ ଶାଖା ସମ୍ମୁଖରେ ଅଭୟମୁଖୀ ପଚାଂୟତର ବୀର ମକୁନ୍ଦପୁର ସେବା ସମବାୟ ସମିତି ଓ ଜେନାପୁର ଗ୍ରାମପଚାଂୟତର ଚନ୍ଦ୍ରକୋଟ ସେବା ସମବାୟ ସମିତି ଅଧିନସ୍ଥ ଶତାଧିକ ଚାଷୀ ଶୁକ୍ରବାର ଧାରଣା ଦେଇଛନ୍ତି । ଚାଷୀଙ୍କ ଧାନ କିଣିବାରେ ସମବାୟ ସମିତିର ସଂପାଦକ ଅସହଯୋଗ ଓ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଖବର ପାଇଁ ଡେଲାଙ୍ଗ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ବୈରାଗୀ ଜେନା ସେଠାରେ ପହଚିଂ ଚାଷୀଙ୍କ ସହ ଆଲୋଚନା ପରେ ତୁରନ୍ତ ଏହାର ସମାଧାନ ହେବ ବୋଲି ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.

20 − sixteen =