pakka

ଲଜପତ ନଗରର ଏକ ପୋଷାକ ଶୋ’ରୁମରେ ଅଗ୍ନିକାଣ୍ଡ : ନିଆଁ ଲିଭାଇବାକୁ ୧୬ଟି ଅଗ୍ନିଶମ ଗାଡ଼ି ଲାଗିଛି

bbehera

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନରେ ଦକ୍ଷିଣ ଦିଲ୍ଲୀର ଲଜପତ ନଗର ସେଣ୍ଟ୍ରାଲ ମାର୍କେଟ ଅଞ୍ଚଳର ଏକ ପୋଷାକ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୦.୨୦ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା ​​ଏବଂ ପରେ ଘଟଣାସ୍ଥଳକୁ ୧୬ ଟି ଅଗ୍ନିଶମ ଗାଡ଼ି ପଠାଯାଇଥିଲା । ଅଧିକାରୀ କହିଛନ୍ତି ଯେ, ନିଆଁ ଲିଭାଇବା କାମ ଚାଲିଛି ଏବଂ ଅଗ୍ନିକାଣ୍ଡର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ ।

jay balangir
Leave A Reply

Your email address will not be published.

six + 10 =