pakka

ଗ୍ରାମବାସୀଙ୍କ ହାବୁଡ଼ରେ ଦେଶୀ ମଦ ଚୋରା ଚାଲାଣ ବେଳେ ଧରପଡିଲା କାର୍‌ : ୨ ଗିରଫ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଦିନକୁ ଦିନ ରାଜ୍ୟରେ ଦେଶୀ ମଦ କାରବାର ବୃଦ୍ଧି ପାଇଥିବା ବେଳେ ମଦର ଚୋରା ଚାଲାଣ ବି ବୃଦ୍ଧି ପାଇବାରେ ଲାଗିଛି । ଲକ୍‌ଡାଉନ୍ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦେଶୀ ମଦ ଚୋରା ଚାଲାଣର ଚିତ୍ର ସାମ୍ନକାୁ ଆସିଥିବା ବେଳେ ଆଜି ସଟଡାଉନରେ ବି ସମାନ ଘଟଣା ସାମ୍ନାକୁ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରୁ ବରଗଡ ଜିଲ୍ଲା ଭେଡେନକୁ ଏକ କାର ଯୋଗେ ଏହି ରନ୍ଧା ମଦ ଚାଲାଣ ହେଉଥିବା ବେଳେ ଉଲୁଣ୍ଡା ଗ୍ରାମାସୀଙ୍କ ହାବୁଡ଼ରେ ପଡିଥିଲେ ୨ ମଦ ବୋପାରୀ । ଏହାପରେ ସ୍ଥିନୀୟ ବାସିନ୍ଦା ଦୁଇ ମଦ ବେପାରୀଙ୍କୁ କାବୁ କରି ପୋଲିସ୍ ର ଜିମା ଦେଇଥିବା ସୂଚନା ମିଳିଛି । ପୋଲିସ୍ ଦୁଇ ମଦ ବୋପାରୀଙ୍କୁ ଗିରଫ କରିବା ସହିତ ଚାଲାଣ କରାଯାଉଥିବା କାରକୁ ମଧ୍ୟ ଜବତ୍ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

fifteen − seven =