csstore

ଖରିଦପିପଳ ସେବା ସମବାୟ ସମିତିରେ ଧାନମଣ୍ଡି ଉଦ୍‌ଘାଟିତ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ଖରିଦପିପଳ ସେବା ସମବାୟ ସମିତିରେ ବରିଷ୍ଠ ନାଗରିକ ତଥା ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକଙ୍କ ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ମଣ୍ଡିକୁ ପୁରୋହିତ ନନ୍ଦକିଶୋର ପାଣିଗ୍ରାହୀ ପୂଜାପାଠ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମିତିର ପ୍ରାକ୍ତନ ସଭାପତି ଆଶୁତୋଷ ମହାନ୍ତି, ନିମାଇଁ ଚରଣ ପାଳ, ପଞ୍ଚାୟତ ବିଜୁ ଜନତା ଦଳର ସଭାପତି କେଶବ ଚନ୍ଦ୍ର ପାଳ, ସମାଜସେବୀ କାଳିଚରଣ ପଟ୍ଟନାୟକ, ଗୁଣନିଧି ଦାସ, କମଳଲୋଚନ ପାଳ, ବିଜୟ ସିଂ, ବସନ୍ତ ଦାସ, ସୁଧାଂଶୁ ଦେ ପ୍ରମୁଖ ଯୋଗଦେଇ ଥିଲେ । ସମିତିର ସଂପାଦକ ଅନନ୍ତ କୁମାର ସାମଲ ଚାଷୀ ମାନଙ୍କର ସମୂହ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରୀ ନିୟମାନୁସାରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ମତଦେଇଥିଲେ । ଉଦ୍‌ଘାଟନ ମଣ୍ଡିକୁ ସମିତିର କର୍ମଚାରୀ ସତ୍ୟ ଗୋପାଳ ସାମଲ ଏବଂ କାର୍ତ୍ତିକ ଚନ୍ଦ୍ର ଦେ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.