jsm

ମଦନପୁର ଓ ଗୋଛାଡେଙ୍ଗେରେ ଆରମ୍ଭ ହେଲା ରବି ଧାନମଣ୍ଡି

csstore

ମଦନପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର କୃଷି ସମବାୟ ସମିତିଠାରେ ସରସ୍ୱତୀ ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ରବି ଧାନ ମଣ୍ଡି ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଙ୍ଗଦେଓ, ମଦନପୁର ସରପଞ୍ଚ କେତକି ଦଣ୍ଡିଆ ନାଏବ ସରପଞ୍ଚ ବିରାଟ ମୁଣ୍ଡ ଛୀନା, ପେସ୍କ ସମ୍ପାଦକ ରିତେଶ ମହାନନ୍ଦ, ଡି.ଇ.ଓ ପ୍ରଭାତ ରଞ୍ଜନ ନାଗ, ଏଜେଣ୍ଟ ଆକାଶ ଶର୍ମା, ପରମେଶ୍ୱର ବେହେରା, ସଞ୍ଜୟ କୁମାର ସାହୁ, ଏମ.ବି.କେ.ମୋହନ ପ୍ରିୟା ଭୋଇ ସହ ସରସ୍ୱତୀ ମହିଳା ଗୋଷ୍ଠୀର ସମସ୍ତ ସଦସ୍ୟା ଉପସ୍ଥିତ ଥିବା ବେଳେ ମଦନପୁର ମଣ୍ଡିଠାରୁ ୬ ଜଣ ଚାଷୀଙ୍କଠୁ ୨୯୯.୬୬ କୁଇଣ୍ଟାଲ ଓ ଗୋଛାଡେଙ୍ଗେନ ମଣ୍ଡିରେ ଚାଷୀ ଜଗମୋହନ ପଧାନ, ଶେଷଦେବ ପଧାନ, ପଦ୍ମଲୋଚନ ସାହୁ ଚାଷୀଙ୍କଠାରୁ ୫ କେ.ଜି କଟଣୀରେ ୧୯୩.୪୪ କୁଇଣ୍ଟାଲ ଧାନ ସଂଗ୍ରହ କିଣା ହୋଇଥିବା ସୂଚନା ଦେଇଛନ୍ତି ସମ୍ପାଦକ ରିତେଶ ମହାନନ୍ଦ ।

yuvodaya
Leave A Reply

Your email address will not be published.