pakka

ନୂଆପଡା ଜିଲ୍ଲାରେ ଧାନମଣ୍ଡି ଉଦ୍‌ଘାଟନ କଲେ ଜିଲ୍ଲାପାଳ

kalikesh

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆର ରୋଡ଼ ନିୟମିତ ବଜାର କମିଟି ଖରିଆର ରୋଡ଼ଠାରେ ଆଜି ନୂଆପଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ କର କମଳରେ ଧାନମଣ୍ଡି ଶୁଭ ଉଦ୍‌ଘାଟନ ହୋଇଯାଇଛି । ଅର୍ଣ୍ଣଦାତା ଚାଷୀ ନିଜ ଉପାର୍ଜିତ ଧାନ ଶଷ୍ୟକୁ ସରକାରଙ୍କ ଏମଏସପି ଧାର୍ଯ୍ୟ ମୂଲ୍ୟରେ ବିକ୍ରିକରି ଲାଭାନ୍ୱିତ ହେବା ପାଇଁ ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଚାଷୀ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ସ୍ୱଧାଦେବ ସିଂ ଚାଷୀ ଭାଇଙ୍କୁ ଆହ୍ବାନ କରିଛନ୍ତି । ଆଜିଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ୭୪ ଗୋଟି ଧାନମଣ୍ଡି ଆରମ୍ଭ ହେବ । ଚଳିତବର୍ଷ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାରେ ୩୬ ହଜାର ୨୧୧ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାରେ ୭୪ ଗୋଟି ଧାନମଣ୍ଡି ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୭୫ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ଜିଲ୍ଲାସ୍ତରୀୟ ମଣ୍ଡି ଉଦ୍‌ଘାଟନ ଅବସରରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ, ଆର୍‌ଏମସି ସମ୍ପାଦକ, ଏଆର୍‌ସିଏସ୍‌ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଚାଷୀ, ପେକ୍ସ ଅଧିକାରୀ, ମିଲର୍ସ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

6 + 16 =