p purohi

ମଣ୍ଡିରେ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯାଉ, ନଚେତ୍‌ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ : ଜିଲ୍ଲାପାଳଙ୍କ ପାଖରେ ଚାଷୀଙ୍କ ନିବେଦନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣ୍ଡିରେ ଧାନ ବିକ୍ରି ପାଇଁ ସୁଯୋଗ ଦିଆଯାଉ, ନଚେତ୍‌ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ଏକ ଅନୁରୋଧ ପତ୍ର ଆଜି ଜଣେ ଚାଷୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ବ୍ଲକ୍‌ ଜଲିଆ ଗାଁର ଦୁଇ ଭାଇ ଅରକ୍ଷିତ ରାଉତ ଏବଂ ଭୀଷ୍ମ ରାଉତ । ସେମାନେ ଯୌଥ ପରିବାରରେ ରୁହନ୍ତି । ସେମାନଙ୍କ ମୁଖ୍ୟ ବୃତ୍ତି ହେଉଛି ଚାଷ । ଧାନ ଚାଷରୁ ଯାହା ପାଆନ୍ତି, ସେଥିରେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ସେମାନଙ୍କର ୧୦ଏକରରୁ ଅଧିକ ଜମି ରହିଥିବା ବେଳେ ଆଉ ପାଖାପାଖି ୩ ଏକର ଜମି ବନ୍ଧକ ଧରି ଦୁଇ ଭାଇ ମିଶି ଚାଷ କରୁଛନ୍ତି । ତେବେ ଭୀଷ୍ମ ରାଉତ ୧ ଶହ କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରି ସାରିଥିବା ବେଳେ ଅରକ୍ଷିତଙ୍କ ନାମରେ ୯୦ କ୍ୱିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ୍‌ ଆସିଛି । ତେବେ ଅରକ୍ଷିତ ରାଉତ ବିକ୍ରି ପାଇଁ ମଣ୍ଡିକୁ ଧାନ ନେବାକୁ ପ୍ରସ୍ତୁତ ହେବା ସମୟରେ ହଠାତ୍‌ ପାଟଣାଗଡ଼ ଉପଜିଲ୍ଲାପାଳ ତାଙ୍କ ଘରେ ଚଢ଼ାଉ କରି ଗଚ୍ଛିତ ଧାନ ସବୁକୁ ବେଆଇନ କହି ଜବତ୍‌ କରିଥିଲେ । ଏହା ଫଳରେ ମର୍ମାହତ ହୋଇ ପଡ଼ିଛନ୍ତି ଦୁଇ ଭାଇ । ଅରକ୍ଷିତ କହିଛନ୍ତି ଯେ, ମଣ୍ଡିରେ ବିକ୍ରି ପାଇଁ ଜବତ୍‌ ଧାନ ଛାଡ଼ି ଦିଆଯାଉ ନଚେତ୍‌ ଇଚ୍ଛା ମୃତ୍ୟୁ ପାଇଁ ତାଙ୍କୁ ଅନୁମତି ଦିଆଯାଉ ।

ଆଜି ପୀଡ଼ିତ ଚାଷୀ ଅରକ୍ଷିତ ମେହେର ଓ ଭୀଷ୍ମ ମେହେରଙ୍କ ସହ କୃଷକ ସଂଘର୍ଷ ସମିତିର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଉପରୋକ୍ତ ପତ୍ର ଦେବାକୁ ଆସିଥିବା ବେଳେ ଏଥିରେ କୋଶଲ ସଂଗ୍ରାମୀ ସିପୁନ୍‌ ଖମାରୀ, କୃଷକ ସଂଘର୍ଷ ସମିତିର ବିଭୂଦତ୍ତ ମିଶ୍ର, ପ୍ରୀତମ ଠାକୁର, ଚାଷୀ ଲଳିତ ମୋହନ ବୁଡେ଼କ, କୃଷ୍ଣଚନ୍ଦ୍ର ରାଉତ, ଶୁକ୍ରୁ ମଲ୍ଲିକ, ବିରାଟ ମଲ୍ଲିକ, ଗଜାନନ ମଲ୍ଲିକ, ଦୀନବନ୍ଧୁ ବୁଡେ଼କ, ବିଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.