csstore

ଧାନ ଫସଲର ପ୍ରକୃତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା କୋହଲା ପାଗର ଦାଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ପି.ଆର୍. ମେମ୍ବରମାନେ ମତପ୍ରକାଶ କରିଛନ୍ତି । ଧାନ ଫସଲର ପ୍ରକୃତ କ୍ଷୟକ୍ଷତିର ଆକଳନ କରିବାକୁ ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ ମତବ୍ୟକ୍ତ କରିଛନ୍ତି । ଉଜୁଡ଼ି ଯାଇଥିବା ଧାନ ଫସଲର କ୍ଷତି ପୂରଣ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ସହ ଦୃଷ୍ଟି ଆକର୍ଷଣ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ସାଡ଼ି ଶାରଦା ରେଡ୍ଡୀଙ୍କ ସମେତ ଛତ୍ରପୁର ବ୍ଲକ୍ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବହୁ ସାମାଜିକ କର୍ମୀ, ପି.ଆର୍. ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ପ୍ରଶାସନ ଠାରେ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.