csstore

ଧଳା ଜହର ସହ ଦୁଇ ମହିଳା ଓ ଜଣେ ପୁରୁଷ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) – ପଦ୍ମପୁର ଛତିଶଗଡ ସିମାନ୍ତ ଅଞ୍ଚଳ ସୋହେଲା ଅଞ୍ଚଳରେ ନିଶା କାରବାର ବଢିବାରେ ଲାଗିଛି । ମଦ, ଗଞେଇ, କୋରେକ୍ସ, ନିଶା ଔଷଧ ବିକ୍ରି ହେଉଥିବା ଖବର ସାମନାକୁ ଆସିଥାଏ । ହେଲେ ଏବେ କିଛି ଅସାଧୁ ବ୍ୟକ୍ତି ଏହି ସିମାନ୍ତ ଅଞ୍ଚଳରେ ବ୍ରାଉନ ସୁଗର ବିକ୍ରି କରି ଯୁବ ଗୋଷ୍ଠୀଙ୍କୁ ଅସାମାଜିକ ସ୍ରୋତକୁ ଠେଲି ଦେଉଛନ୍ତି । ସୋହେଲା ପୋଲିସ ୪ ଗ୍ରାମ ୧୬୦ ମିଲିଗ୍ରାମ ବ୍ରାଉନ ସୁଗର ଜବତ କରିବା ସହିତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୋହେଲା ଥାନା କେସ ନମ୍ବର ୩୨୫ ତାରିଖ ୨୨/୦୮/୨୦୨୩, NDPS ଆଇନର ଧାରା ୨୧(a) ଅନୁଯାୟୀ ମାମଲା ଦାୟର କରି ସୋହେଲା ଉପରପଡାର ରୁକ୍‌ସାର ବେଗମ, ଆଫ୍ରୋଜା ବାନୁ (ପିଙ୍କି) ଏବଂ ଶେଖ ନିୟାଜ ଅହମଦ (ଲକୀ)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି।

jayashree
Leave A Reply

Your email address will not be published.