ହାଇୱା ଧକ୍କାରେ ଜଣେ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଶାଳଣିଆ ପଞ୍ଚାୟତ ସୋଲାପଟା ଗ୍ରାମର ସମର କେଶରୀ ଜେନା (୩୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗତକାଲି ଅପରାହ୍ନ ୩ଟାବେଳେ ସେ ଘରୁ ଭଦ୍ରକ ଯାଉଥିଲେ । ଆନନ୍ଦପୁର-ଭଦ୍ରକ ରାସ୍ତାର ତିରିକଣାଛକ ନିକଟରେ ଏକ ବାଲି ବୋଝେଇ ଆସୁଥିବା ହାଇୱା ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ହାଇୱାକୁ ସ୍ଥାନୀୟ ଲୋକେ ଅଟକାଇ ପୁଲିସକୁ ଖବର ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.

five × 4 =