pr

ରାସ୍ତାଘାଟ ସଫାକଲେ ୧୮୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଯବାନ

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ମଙ୍ଗଳବାର ଖପ୍ରାଖୋଲ ମୁଖ୍ୟରାସ୍ତା ଥାନା ଛକ ଠାରୁ ରେଞ୍ଜ ଅଫିସ୍‌ ପର୍ଯ୍ୟନ୍ତ ରାସ୍ତାରେ ସିଆର୍‌ପିଏଫ୍ ଯବାନ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୭ଟା ସମୟରେ ଖପ୍ରାଖୋଲ ସ୍ଥିତ ୧୮୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ ତରଫରୁ ଖପ୍ରାଖୋଲ ଡାକ୍ତରଖାନା ପରିସର ଏବଂ ଖପ୍ରାଖୋଲ ଥାନା ଛକଠାରୁ ବନବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାଘାଟ ସବୁ ସଫେଇ କରିଥିଲେ । ମୁଖ୍ୟତଃ ଦେଶର ଅଭ୍ୟନ୍ତରୀଣ ସୁରକ୍ଷା ସହ ଦେଶ ନିର୍ମାଣରେ ସଦାସର୍ବଦା ନିଜ ପ୍ରଶଂସନୀୟ ଯୋଗଦାନ ଦେଇ ତଥା ନିଜର ପୋଷ୍ଟିଙ୍ଗ ଅଞ୍ଚଳରେ ଲୋକଙ୍କ ପାଇଁ ସିଭିକ ଏକ୍ସନ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ସଚେତନତା, ସହାୟତା ତଥା ସେବା ଯୋଗାଇ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଭରଷା ଜିତି ପାରୁଛି ସିଆର୍‌ପିଏଫ୍‌ । ଯେଉଁ କାମ ଆମ ଅଞ୍ଚଳର ବିକାଶ ପରିଷଦ ଦ୍ୱାରା ହେବା କଥା ସେ କାମ ସିଆର୍‌ପିଏଫ୍ ଯବାନମାନେ କରୁଛନ୍ତି । ୧୮୯ ବାଟାଲିୟନ୍‌ର କମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲଖବିନ୍ଦର ସିଂଙ୍କ ନେତୃତ୍ୱରେ ଯବାନ ମାନଙ୍କ ଏହି ସାମାଜିକ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

nrusinghnath
Leave A Reply

Your email address will not be published.