pakka

କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଟ୍ରକ୍

bbehera

ପାଟଣା : କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଗାଡି ଭିତରେ ଚାପି ହୋଇ ରହିଥିବା ଟ୍ରକ୍ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । କେନ୍ଦୁଝର ପଟରୁ କଲିକତା ଆଡକୁ ଯାଉଥିବା ଏକ କଣ୍ଟେନରକୁ ପଛ ପଟୁ ଏକ ୧୨ ଚକିଆ ଟ୍ରକ୍ ଧକ୍କା ଦେଇଛି । ଫଳରେ ଟ୍ରକ୍ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଦୁର୍ଘଟଣା ପରେ ଗୋଟିଏ ପାର୍ଶ୍ଵରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

jay balangir
Leave A Reply

Your email address will not be published.

17 − seven =