pakka

ଆମପାଣି ଘାଟିରେ ବୋଲେରୋକୁ ଧକ୍କା ଦେଲା ମିନି ଟ୍ରକ୍ : ୮ ଗୁରୁତର

bbehera

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ସୀମା ଆମପାଣି ଘାଟିରେ ବୋଲେରୋ ଓ ୪୦୭ ମିନି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ବୋଲେରୋରେ ଥିବା ୭ରୁ ୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଆନ୍ଧ୍ରପ୍ରଦେଶରୁ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳକୁ ଆସୁଥିବା ଏକ ବୋଲେରୋରେ ପ୍ରାୟ ୧୦ରୁ ୧୨ ଜଣ ରହିଥିବା ବେଳେ ଆମପାଣି ମୈଦାଲପୁର ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା । ପରେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ କୋକସରା ଓ ମୈଦାଲପୁରର ଦୁଇ ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ପରିଚୟ ମିଳିନାହିଁ । ଅନ୍ୟପଟେ ଦୁର୍ଘଟଣା କରିଥିବା ୪୦୭ ମିନି ଟ୍ରକ୍‌କୁ ମୈଦାଲପୁର ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

thirteen − eleven =