pakka

ଅଖିଳ ଭାରତୀୟ ମାରୱାଡ଼ି ମହିଳା ସଙ୍ଘ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ମଧ୍ୟାହ୍ନରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସଙ୍ଘର ଦେଓଗାଁ ଶାଖା ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଖାର ସଭ୍ୟାମାନଙ୍କ ମଧ୍ୟରେ ଖୁସବୁ ଅଗ୍ରୱାଲ, ରେଣୁ ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, ଟିଙ୍କି ଅଗ୍ରୱାଲ, ସବିତା ଅଗ୍ରୱାଲ ଯୋଗ ଦେଇ ଦେଓଗାଁ ପୋଲିସ ଥାନାର ସମସ୍ତ କର୍ମଚାରୀମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ବିଶ୍ଵ ଅଙ୍ଗ ଦାନ ଦିବସ ଅବସରରେ ଅଙ୍ଗ ଦାନକୁ ନେଇ ମଧ୍ୟ ସଚେତନତା ବାର୍ତା ଦେଇଥିଲେ । ଅନ୍ୟପଟେ ଗତ ଶୁକ୍ରବାର ଦିନ ବଲାଙ୍ଗୀର ସର୍କିଟ ହାଉସରେ ବଲାଙ୍ଗୀର ଜିଲ୍ଲା ମାରୱାଡ଼ି ମହିଳା ସଙ୍ଘ ତରଫରୁ ରକ୍ଷା ବନ୍ଧନ କରାଯାଇଥିଲା ।

Leave A Reply

Your email address will not be published.

16 + 18 =