pakka

କୁଡ଼ାସିଂହାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ ): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ସ୍କୁଲରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍କୁଲର ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରାଥମିକ ଚିକିତ୍ସା କେନ୍ଦ୍ର କୁଡ଼ାସିଂହାର ଡ଼ା. ସୌମ୍ୟପ୍ରତିକ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଶାମୁକ୍ତ ଅଭିଯାନରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନରେଶ ଚନ୍ଦ୍ର ମିଶ୍ର ଓ ରେବତ ଜାଲ ଯୋଗ ଦେଇଥିଲେ । ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ ସଭା ସଂଯୋଜନା କରିବା ସହ ନିଶାମୁକ୍ତ ପାଇଁ ଶପଥ କରାଇଥିଲେ । ଗଙ୍ଗାଧର ସାହୁ, ବିଜୟ ମିଶ୍ର, ଚିନ୍ମୟୀ ରାଣୀ ମିଶ୍ର, କରୁଣାକର ମେହେର, ଆଶୋକ ସାହୁ ଓ ନିତ୍ୟାନନ୍ଦ ସିଦ୍ଦାର ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

ten + fourteen =