pakka

ଡେଲାଙ୍ଗରେ ମେଗା ରକ୍ତଦାନ ଶିବିର : ୧୦୩ ୟୁନିଟ ରକ୍ତ ସଂଗ୍ରହ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଡେଲାଙ୍ଗ ବ୍ଳକ ସ୍ଥିତ ଗଡମୋଟରୀ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ଡେଲାଙ୍ଗ ବିଜୁ ଜନତା ଦଳ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି, ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ,ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ପିପିଲି ବ୍ଳକର ବିଜେଡି ସଭାପତି ପ୍ରଫୁଲ ସ୍ୱାଇଁ, ଆତ୍ମାର ଅଧ୍ୟକ୍ଷ ଧରଣୀ ଧର ସାହୁ, ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ପୁରୀ ଜିଲ୍ଲାର ଜୀବନ ବିନ୍ଦୁ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ବିଜୟ କୁମାର ରାଉତ, ଡେଲାଙ୍ଗ ବ୍ଳକର ଆତ୍ମାର ଅଧ୍ୟକ୍ଷ ସୁଧାକର ମାର୍ଥା, ଗଡମୋଟରୀ ପଂଚାୟତ ସରପଂଚଙ୍କ ପ୍ରତିନିଧି ରମଣୀ ରଞ୍ଜନ ଚମ୍ପତିରାୟଙ୍କ ସମେତ ଡେଲାଙ୍ଗ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଂଚ ଓ ସମିତି ସଭ୍ୟ ଓ କର୍ମି ମାନଙ୍କ ଉପସ୍ଥିତିରେ ରକ୍ତଦାନ ଶିବିରକୁ ଉଦଘାଟନ କରାଯାଇଥିଲା । ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଓ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଫଟୋଚିତ୍ରରେ ପ୍ରଥମେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ମେଗା ଶିବିରରେ ୧୦୩ଜଣ ରକ୍ତଦାତା ମାନେ ରକ୍ତଦାନ କରିଥିଲେ । ପୁରୀ ଓଡିଶା ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଜୀବନବିନ୍ଦୁୁ ଓ ରକ୍ତ ଭଣ୍ଡାର ପକ୍ଷରୁ ଦୁଇଟି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଡେଲାଙ୍ଗ ବ୍ଲକ ମହିଳା ମହାସଂଘର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମଟିକୁ ସମସ୍ତଙ୍କ ସହଯୋଗରେ ସଫଳ ହୋଇଥିବାରୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

19 − seven =