pakka

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ୨୦ ହଜାର ଟଙ୍କା ଲୁଟ୍‌

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅଧିନସ୍ଥ ମାଧିଆପାଲି ଗାଁରେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ଲୁଟ୍‌ କରି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବ୍ଲକର ଅଇଁଲାସାରି ଗାଁର ଶିକ୍ଷକ ଉକାଲୁ ସା ବଲାଙ୍ଗିରରେ ନିଜ କାମ ସାରିବା ସହ ଏଟିଏମ୍‌ରୁ ଟଙ୍କା କାଢି ନିଜ ଗାଁକୁ ଫେରୁଥିବା ବେଳେ ମାଧିଆପାଲି ରେଲୱେ ଅଣ୍ଡର ବ୍ରିଜ୍‌ ଠାରେ ଅନ୍ଧାରର ସୁଯୋଗ ନେଇ କିଛି ଯୁବକ ଲୁହା ଛଡ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ ଓ ତାଙ୍କ ଠାରୁ ୨୦ ହଜାର ଟଙ୍କା ଛଡାଇ ନେଇ ଫେରାର୍‌ ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ୍‌ରେ ଭର୍ତ୍ତି କରିଥିଲେ । ତେବେ ଶିକ୍ଷକ ଉକାଲୁଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଇଛି । ପୁଇଁନ୍ତଲା ଥାନା ପୋଲିସ ଘଟଣା ସଂପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

17 + ten =