oom

ବେଳାଭୂମିରେ ମଦ୍ୟଶାଳା ଖୋଲିବା ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଦାବୀ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ଠାରେ ଥିବା କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକୀ ନିଧି(ଉତ୍କଳ ଶାଖା) ପକ୍ଷରୁ ସରକାର ଓଡିଶାରେ ପୁରୀ ସମେତ ୬ଟି ବେଳାଭୂମୀରେ ଶିଳ୍ପର ବିକାଶ ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ପାଇଁ ମଦ୍ୟଶାଳା ଖୋଲିବା ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି । ସେ ତାଙ୍କ ଦାବୀ ପତ୍ରରେ ଦର୍ଶାଇଛନ୍ତି କରୋନା ମହାମାରୀ ସମୟରେ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଅନେକ ଲୋକମାନେ ରୋଜଗାର ହରାଇ ଘରୋଇ ହିଂସା, ଚୋରୀ ଓ ଡକାୟତି ଭଳି ଧନ୍ଦା ଅଂଚଳ ମାନଙ୍କରେ ଆପଣାଇବା ପାଇଁ ମଦ ହିଁ ମୁଖ୍ୟ କାରଣ ପାଲଟିଛି । ଗଣମାଧ୍ୟମରେ୧୨ଜୁଲାଇରେ ପ୍ରକାଶିତ ଝଲସିବ ଓଡିଶାର ବେଳାଭୂମୀ ଶୀର୍ଷକ ଖବରରେ ଜାଣିବାକୁ ମିଳିଥିଲା ଯେ, ସରକାର ରାଜ୍ୟରେ ପୁରୀ ସମେତ ୬ ବେଳାଭୂମିରେ ଶିଳ୍ପର ବିକାଶ ପରିପ୍ରେକ୍ଷୀରେ ମଦ୍ୟଶାଳା ଖୋଲିବେ । ସରକାରଙ୍କ ଏହି ଯୋଜନା ବେଳାଭୂମୀରେ ଶିଳ୍ପର ବିକାଶ ନାମରେ ମଦ୍ୟଶାଳା ଖୋଲିବା ଜନ ବିରୋଧି କାର୍ଯ୍ୟ ଅଟେ ବୋଲି ତାଙ୍କ ଦାବୀପତ୍ରରେ ଜଣାଇଛନ୍ତି । ପୁରୀ ଏକ ବିଶ୍ୱ ପ୍ରସିଦ୍ଧ, ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନ ସ୍ଥଳକୁ ନେଇ ଗର୍ବ କରୁଥିବା ବେଳେ ଏଥିରେ ଏହି ଯୋଜନାକୁ ବାଦ ଦିଆନଯିବା ଅଗଣିତ ଜଗନ୍ନାଥ ପ୍ରେମୀ ତଥା ସଂସ୍କୃତ ପ୍ରେମୀଙ୍କ ମନକୁ କଠୋର ଆଘାତ ଲାଗିଛି । ରାଜ୍ୟ ତଥା ରାଜ୍ୟବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଓ କର୍ମ ନିଯୁକ୍ତିର ବ୍ୟାପକ ସୁଯୋଗ ପାଇଁ ରାଜ୍ୟର ବିସ୍ତିର୍ଣ୍ଣ ବେଳାଭୂମୀ ଉପରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ଯୋଜନାକୁ ହାତକୁ ନିଆଯାଉ । କିନ୍ତୁ ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନାକୁ ସେଥିରୁ ବାଦ ଦିଆଯାଉ । ଏନେଇ କସ୍ତୁରବା ଗ୍ରାମ ସେବା କେନ୍ଦ୍ର, ବେରବୋଇ, ପୁରୀ ସଂଚାଳିକା କବୀତାରାଣି ପରିଡା ପୁରୀ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ରରେ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.