csstore

ଡେଲାଙ୍ଗରେ ମହା ଶିବରାତ୍ରି ଓ ଜାଗର ପର୍ବ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଶିବରାତ୍ରିରେ ଉଜାଗର ରହି ଶିବଆଳୟରେ ଘୃତଦୀପ ଜାଳିଲେ ଅଶେଷ ପୁଣ୍ୟ ହୋଇଥାଏ । ପ୍ରତିବର୍ଷ ଭଳି ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ର ଓ ଜାଗରପବ ଅନୁଷ୍ଟିତ ହୋଇଥାଏ । ଆଜିର ଏହି ପବିତ୍ର ମହାଶିିବରାତ୍ରି ଅବସରରେ ଡେଲାଙ୍ଗର ବିଭିନ୍ନ ପୁରପଲ୍ଲୀରେ ଥିବା ଶୈବପୀଠ, ଘୋରଡିଆର ସୋମନାଥ ଦେବ, କୁଆପଦାର ବଣିବକ୍ରେଶ୍ୱର ଦେବ, ପାହାଡଶୀର୍ଷ ବିଶ୍ୱନାଥ ଦେବ, ଅଳଉତାର ନୀଳକଣ୍ଠେଶ୍ୱର ଦେବ, ବେରବୋଇର ବ୍ରହ୍ମେଶ୍ୱର ଦେବ, ଅରାଗଡର କୁନ୍ତେଶ୍ୱର ଦେବ ଖେଲୋରର ଖେଲେଶ୍ୱର ଦେବ, ଯୋରକଣୀର ଜାଗେଶ୍ୱର ଦେବ, କଲ୍ୟାଣପୁରର ଭାଗ୍ୟଶ୍ୱର ଦେବ, ହରିରାଜପୁରର ପଶ୍ଚିମ ଶମ୍ଭୁ ସୋମନାଥ ଦେବ, ଗଣ୍ଡପଡାର ଓଗରନାଥ ଦେବ ଓ ମୋଟରୀର ବାଲୁଙ୍କେଶ୍ୱର ଦେବ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ନିମନ୍ତେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ମହାଶିବରାତ୍ରି ଶିବଙ୍କ ବିବାହ ବାର୍ଷିକ ତଥା ପ୍ରଭୁ ଶିବ ମାତା ପାର୍ବତୀଙ୍କ ମିଳନ ପର୍ବ ହେଉଥିବାରୁ ହିନ୍ଦୁ ମାନେ ଭକ୍ତିଭାବ ଓ ଉତ୍ସାହ ଉଦ୍ଦିପନାର ସହ ରାତ୍ରୀ ଅନିଦ୍ରା ହୋଇ ଶୈବ ମନ୍ଦି୍‌ିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉପବାସ ରହି ତାଙ୍କର ପରିବାରର ସୁଖ, ସମୃଦ୍ଧି ଏବଂ ସୁସ୍ଥ ନିରାମୟ ଯାପନ ନିମନ୍ତେ ପରମ ଆରଧ୍ୟ ଶିବଙ୍କଠାରେ ଶୁଦ୍ଧପୁତ ଭାବରେ ନୂତନ ବସ୍ତ୍ର ପରିଧାନ କରି ଭକ୍ତିର ସହ ପ୍ରାର୍ଥନା କରିଥାନ୍ତି । ସନ୍ଧ୍ୟାରେ ଶୈବପୀଠ ଗୁଡିକରେ ରଙ୍ଗବେରଙ୍ଗର ସୁସଜ୍ଜିତ୍‌ ଆଲୋକ ସଜ୍ଜା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମଗ୍ର ଅଚଂଳକୁ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

jayashree
Leave A Reply

Your email address will not be published.