ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡେଲାଙ୍ଗର ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ବ୍ଳକ ବରାଳ ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥୀ ତରଫରୁ ଆଜି ଡେଲାଙ୍ଗ ଥାନା ଓ ମେଡିକାଲ, ଡେଲାଙ୍ଗ ହାଟ ବଜାର ଓ ବେନୁପଡା ମଠ ସହିତ ବିଭିନ୍ନ ଗ୍ରାମକୁ ବିଶୋଧନ କରାଯାଇଛି । ଦେଶ ତଥା ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଭୟବହତା ଯୋଗୁଁ ସଟଡାଉନ ଓ ଲକଡାଉନ ଜାରି ରହିଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ ଗରିବର ସାଥୀ ଅନୁଷ୍ଠାନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଉଛି । ଏଥିରେ ଅନୁଷ୍ଠାନର ସଭାପତି ସନ୍ଦୀପ ମହାପାତ୍ରଙ୍କ ନେତ୍ୱତୃରେ ସମ୍ପାଦକ ଉମେଶ ପଣ୍ଡା, ଆଶୋକ କୁମାର ମଲ୍ଲିକ, କୃଷ୍ଣଚନ୍ଦ୍ର ବେହେରା, ମାନସ ଦାସ ସୁନୀଲ ମହାପାତ୍ର ପ୍ରମୁଖ ଏହି ବିଶୋଧନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

1 × four =