ଆଖିବୁଜା ମୃଦଙ୍ଗ ମାଡ଼ : ଭକ୍ତିରେ ବିଲୀନ ହୋଇ ମୃଦଙ୍ଗ ବଜାଇ ଭାଇରାଲ ହେଉଛନ୍ତି ଏହି କୁନି କଳାକାର

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଅଭିଜ୍ଞତା, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ ମୁହଁରେ ସୁନ୍ଦର ଠାଣି । ଏଭଳି ମୃଦଙ୍ଗ ବଜାଇ ଏବେ ଭାଇରାଲ ହୋଇଛନ୍ତି କୁନି ମୃଦଙ୍ଗ ବାଦକ । ଏବେ ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି ଏହି ଭିଡିଓ । କୁନି ମୃଦଙ୍ଗ ବାଦକ ହେଉଛନ୍ତି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ପଞ୍ଚାୟତର ନାଇକେନସିରା ଗାଁର ଚାରି ବର୍ଷର ଏହି ବିସ୍ମୟ ବାଳକ ମୃଦଙ୍ଗ ବଜାଇବାରେ ପୁରା ପାରଙ୍ଗମ । ଏମିତି କୌଣସି ତାଳ ନାହିଁ ଯେଉଁଥିରେ ବ୍ଲାସନ୍‌ ମୃଦଙ୍ଗ ବଜାଇ ପାରିବେ ନାହିଁ । ବ୍ଲାସନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଏତେ ଛୋଟ ବୟସରୁ ତାଙ୍କ ବିସ୍ମୟତାକୁ ପ୍ରଶଂସା କରୁଛନ୍ତି । ବ୍ଲାସନ ତାଙ୍କ ଅଜାଙ୍କ ଠାରୁ ମୃଦଙ୍ଗ ବଜାଇବାର କଳା ଶିଖିଥିବା ଜଣାପଡ଼ିଛି । ମୃଦଙ୍ଗ ବଜାଇବା ସମୟରେ କୁନି ପିଲାଟିର ଭାବଭଙ୍ଗୀ ନିଆରା ରହିଛି । ମୃଦଙ୍ଗ ଧୁନର ତାଳେ ତାଳେ ତାଙ୍କ ପାଦ ବି ପଡ଼ୁଛି । ବଡ଼ ବଡ଼ ବାଦ୍ୟକାରଙ୍କ ପରି ଭାବଭଙ୍ଗୀ କରି ନାଚି ନାଚି ବାଦ୍ୟ ବଜାଉଛନ୍ତି ବାଲାଙ୍ଗିରର ଏହି କୁନି କଳାକାର ବ୍ଲେସନ ବାରିକ ।

Leave A Reply

Your email address will not be published.

four + 20 =

error: Content is protected !!