ନିଖୋଜ ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଟିଟିଲାଗଡ, (ଗୌରବଦର୍ଜୀ) : ଟିଟିଲାଗଡ ସହର ମଧ୍ୟରେ ଥିବା ଦେବନ୍ଦପଡ଼ାର ଗୋବର୍ଦ୍ଧନ କାଣ୍ଡଙ୍କ ପୁଅ ଉମାକାନ୍ତ କାଣ୍ଡ ଅନେକ ଦିନରୁ ନିଖୋଜ ଥିବା ଟିଟିଲାଗଡ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ଟିଟିଲାଗଡ ପୋଲିସର ତଦନ୍ତ ପରେ ଆଜି ରାୟଗଡ଼ା ଜିଲ୍ଲା ଥିରୁବାଲି ନିକଟସ୍ଥ ଏକ ଗ୍ରାମରୁ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଗତ ମେ ୪ ତାରିଖ ଦିନ ଟିଟିଲାଗଡ ସହର ମଧ୍ୟରେ ଥିବା ଶିରଭଟାପଡ଼ାର ରୁମାନ ବଗର୍ତ୍ତି ନାମକ ଜଣେ ଯୁବକ ନିଜ ଭଉଣୀର ମେଡିକାଲ କାମ ଅଛି କହି ରାୟଗଡ଼ାକୁ ଉମାକାନ୍ତକୁ ଡାକି ନେଇଥିଲା । ସେହିଦିନରୁ ଉମାକାନ୍ତ ନିଖୋଜ ଥିବା ଉମାକାନ୍ତର ବଡ଼ ଭାଇ ଓ ବାପା ଟିଟିଲାଗଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା ହୋଇଥିବା ଉମାକାନ୍ତର ପରିବାର ଲୋକେ ଅଭିଯୋଗ କରିଥିଲେ । ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା । ମେ ୨୯ରେ ଏସଆଇ ସାବିତ୍ରୀ ଖାକାଙ୍କ ନେତୃତ୍ୱରେ ଏଏସଆଇ ଧର୍ମେନ୍ଦ୍ର ମାଝୀ, କନଷ୍ଟେବଳ ଟିକୁ କିଶାନ, କନଷ୍ଟେବଳ ଭାଗିରଥି ବାଲା, କନଷ୍ଟେବଳ ହିନବା ଲେବଡିଆଙ୍କ ଏକ ଟିମ୍ ଅଭିଯୁକ୍ତ ରୁମାନ୍ ବଗର୍ତ୍ତି ଓ ମୃତ ଉମାକାନ୍ତ କାଣ୍ଡର ବଡ଼ ଭାଇ ଭୁବନ କାଣ୍ଡ ସହ ରାୟଗଡ଼ା ଯାଇଥିଲେ । ସେଠାରେ ତଦନ୍ତରୁ ଜଣାପଡିଥିଲା ଯେ, ରୁମାନ ବଗର୍ତ୍ତି ତାର ସମ୍ପର୍କୀୟ ଦୁଇ ଭାଇ ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ୍ଟ ସହ ମିଶି ଉମାକାନ୍ତର ହତ୍ୟା କରି ଥିରୁବାଲି ନିକଟସ୍ଥ ଏକ ଗ୍ରାମରେ ମାଟି ତଳେ ପୋତି ଦେଇଥିଲେ । ପୋଲିସ ଉକ୍ତ ସ୍ଥାନକୁ ପହଂଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ ବୋଲି ପୋଲିସ ପ୍ରକାଶ କରିଛି ।

Leave A Reply

Your email address will not be published.

18 − five =

error: Content is protected !!