୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମଙ୍କୁ ରାଉରକେଲାରେ ଟୀକା ଦିଆଗଲା

ରାଉରକେଲା : ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ କୋଭିଡ୍ ଟୀକା ଦିଆଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୬ଟି କେନ୍ଦ୍ରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା । ଆଜି ୧୪୯ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୋଭିଡ୍ ଟୀକା ଦିଆଯାଇଛି । ଏଥିପାଇଁ ସଂପୃକ୍ତ ହିତାଧିକାରୀ ଓ ସେମାନଙ୍କ ଅଭିଭାବକ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଟିକାଦାନ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ଟୀକାଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । ବସିବା ପାଇଁ ଚେୟାର, ହ୍ୱିଲ ଚେୟାର ଆଦି ସହିତ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା । ଏହା ସହ ଏହି ହତାଧିକାରୀମାନେ କିପରି ସୁବିଧାରେ ଟୀକା ନେବେ ସେଥିଲାଗି ସମସ୍ତ କେନ୍ଦ୍ରରେ ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲା ।

Leave A Reply

Your email address will not be published.

seventeen − 10 =