ଯୁବ କଳାକାର ଅମିୟ ପ୍ରଧାନଙ୍କ ଦେହାନ୍ତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ରାମଲୀଳାରେ ବୀରବାହୁ ଭୂମିକାରେ ଅଭିନୟ କରି ବିଶେଷ ସୁନାମ ଅର୍ଜନ କରିଥିବା ଅମିୟ ପ୍ରଧାନ(୩୪)ଙ୍କ ଦେହାନ୍ତ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଗୁଡଭେଲା ବ୍ଲକରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ଅମିୟଙ୍କ ଶେଷ ସମୟରେ ତାଙ୍କ ପାଖରେ ତାଙ୍କ ପତ୍ନୀ ସୀମାରାଣୀ, ଝିଅ ପ୍ରିୟାଂଶୀ, ଅଜା ପ୍ରେମସାଗର, ବଡବାପା ସୁଧୀର, ବାପା ସୁଧାକର, କାକା ସଂଜୀବ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ପ୍ରଧାନ କୋଭିଡ୍‌ ସଂକ୍ରମଣ ସମୟରେ ଘର ଘର ବୁଲି ସ୍ଥାନୀୟ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ ।

Leave A Reply

Your email address will not be published.