ଜିଲ୍ଲା ଉପ-ନିବନ୍ଧକଙ୍କ ପିତା ମୁରଲୀଧର ପୁରୋହିତଙ୍କ ଦେହା‌ନ୍ତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବରପାଲିପଡ଼ା ନିବାସୀ ବଲା‌ଙ୍ଗିର ଜିଲ୍ଲା ଉପ-ନିବନ୍ଧକଙ୍କ ପିତା ମୁରଲୀଧର ପୁରୋହିତଙ୍କ ୮୦ ବର୍ଷ ବୟସରେ ବରଗଡ଼ ବିକାଶ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ସେ ଜଣେ ପୂର୍ବତନ ରେଞ୍ଜର ଥିଲେ । ଜଣେ ମେଳାପୀ, ପରୋପକାରୀ ତଥା ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ସେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ବଡ ପୁଅ ପଦ୍ମନାଭ ପୁରୋହିତ, ଗୋପାଳ, ଝିଅ ପଦ୍ମିନୀ, କାମିନୀ ଏବଂ ନାତି, ନାତୁଣୀ ଓ ଜ୍ୱାଇଁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.