ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ସଂକ୍ରମଣକୁ ରୋକିବାକୁ ଅଭିନବ ପ୍ରୟାସ : ଆସନ୍ତା ୨୦ରୁ ୨୬ ଯାଏଁ ହେବ ସହରରେ ଧୂଆଁଧାର ସ୍ୱାବ୍‌ ଟେଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏବେ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୨୦ ତାରିଖରୁ ୨୬ ତାରିଖ ଯାଏଁ ବଲାଙ୍ଗିର ପୌରାଂଚଳରେ ରାସ୍ତାକଡ଼ରେ ବେପାର କରୁଥିବା ଦୋକାନୀ, ସଂପୃକ୍ତ ଅଂଚଳର ବସ୍ତି ବାସିନ୍ଦା ତଥା ହାଉସିଂ କଳୋନାୀ ଗୁଡ଼ିକରେ ହେବ ଧୂଆଁଧାର ସ୍ୱାବ୍‌ ଟେଷ୍ଟିଂ । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି । ବିବରଣୀ ଅନୁସାରେ ୨୦ ତାରିଖ ଦିନ ୯ଟାରୁ ୧ଟା ମଧ୍ୟରେ କଚେରୀ ଛକରୁ ପାଟଣାଛକ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ସରକାରୀ ବସ୍‌ଷ୍ଟେଣ୍ଡରେ ସ୍ୱାବ୍‌ ଟେଷ୍ଟ କରାଯିବ ଏବଂ ଟେଷ୍ଟିଂ ଦାୟିତ୍ୱରେ ରହିବେ ପ୍ରଶାନ୍ତ ପ୍ରଧାନ (ମୋ.ନଂ.୮୩୩୮୯୯୬୬୨୯), ସୁଭଦ୍ରା ସାହୁ (ମୋ.ନଂ.୮୭୬୩୧୯୦୩୭୧) ଏବଂ ରୀତା ମିଶ୍ର (୮୦୧୮୬୬୦୬୬୧) । ସେହିପରି ୨୧ ତାରିଖ ଦିନ ୯ଟାରୁ ୧ଟା ମଧ୍ୟରେ ସମଲେଇ ମନ୍ଦିର ଛକରୁ ବିକ୍ରମ ଛକ ପର୍ଯ୍ୟନ୍ତ ରହୁଥିବା ଜନସାଧାରଣଙ୍କ ପାଇଁ ଆୟୁର୍ବେଦିକ ହସ୍‌ପିଟାଲ୍‌ରେ ସ୍ୱାବ୍‌ ଟେଷ୍ଟ ହେବ ଓ ଏହାର ଦାୟିତ୍ୱରେ ରହିବେ ପ୍ରତିମା ସିଂ (ମୋ.ନଂ.୯୯୩୭୯୧୬୨୦୧), ସୁଜାତା ବାରିକ (ମୋ.ନଂ.୭୬୦୫୯୯୮୩୨୫), ଆର୍ତ୍ତତ୍ରାଣ ସାହୁ (ମୋ.ନଂ.୯୪୩୯୦୨୯୩୨୧) । ୨୨ ତାରିଖ ଦିନ ୯ଟାରୁ ୧ଟା ମଧ୍ୟରେ ହସ୍‌ପିଟାଲ୍‌ ଛକରୁ ସୁଦପଦା ହନୁମାନ ମନ୍ଦିର ଛକ ପର୍ଯ୍ୟନ୍ତର ଜନସାଧାରଣଙ୍କ ପାଇଁ ସୁଦପଡ଼ା କଲ୍ୟାଣ ମଣ୍ଡପ (ରହିଥିବା ଟେଷ୍ଟ ସେଣ୍ଟର)ରେ ଟେଷ୍ଟ କରାଯିବ ଏବଂ ଏହାର ଦାୟିତ୍ୱରେ ରହିବେ ବୁଧୁରାମ ତାଣ୍ଡି (ମୋ.ନଂ.୯୪୩୯୫୨୨୭୭୮), ବିଜେଶ୍ୱରୀ ମହାପାତ୍ର ଓ ଜୟନ୍ତୀ ସେଠ (ମୋ.ନଂ.୮୯୧୭୬୬୯୦୯୫) । ପୁଣି ୨୨ ତାରିଖ ଦିନ ୯ଟାରୁ ୧ଟା ମଧ୍ୟରେ ରୋୟାଲ୍‌ ରେସିଡେନ୍ସି ଓ ଗୋକୁଲ ଧାମ ଅଂଚଳର ଜନସାଧାରଣଙ୍କ ପାଇଁ ରୋୟାଲ୍‌ ରେସିଡେନ୍ସିରେ ହେବ ସ୍ୱାବ୍‌ ଟେଷ୍ଟ ଏବଂ ଦାୟିତ୍ୱରେ ରହିବେ ପ୍ରତିମା ମିଶ୍ର (ମୋ.ନଂ.୯୯୩୭୯୧୬୨୦୧), ସବିତା ପାଢ଼ୀ (୬୩୭୦୨୩୧୧୦୯) ଏବଂ ସରୋଜ ମହାରଣା (ମୋ.ନଂ.୯୪୩୭୧୭୮୪୯୯) । ୨୩ ତାରିଖ ଦିନ ୯ଟାରୁ ୧ଟା ଯାଏ କଚେରୀ ଛକରୁ ରାଜେନ୍ଦ୍ର କଲେଜ ଛକ ପର୍ଯ୍ୟନ୍ତ ରହିଥିବା ଜନସାଧାରଣଙ୍କ ପାଇଁ କନ୍ଧପାଲିପଡ଼ା ୟୁପିଏଚ୍‌ସିରେ ସ୍ୱାବ୍‌ ଟେଷ୍ଟ ହେବ ଏବଂ ଦାୟିତ୍ୱରେ ରହିବେ ରଙ୍କଜ ସାହୁ (ମୋ.ନଂ.୯୭୭୭୧୧୨୦୮୧), ସବିତା ମୁଣ୍ଡ (ମୋ.ନଂ.୯୩୪୮୬୫୬୯୮୯), ତରୁଲତା ବାରିକ (ମୋ.ନଂ.୮୯୧୭୩୦୧୬୯୩) । ୨୪ ତାରିଖ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ଭାଗୀରଥି ଛକରୁ ପେଲେସ ଲାଇନ୍‌ ଛକ ପର୍ଯ୍ୟନ୍ତ ରହିଥିବା ଲୋକଙ୍କ ପାଇଁ ଚିଲ୍‌ଡ୍ରେନ୍‌ ପାର୍କରେ ସ୍ୱାବ୍‌ ଟେଷ୍ଟ ହେବ ଏବଂ ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି ବାସୁଦେବ ବିଭାର (୬୩୭୦୮୦୩୪୩୦), ମଦନ ନାଗ (ମୋ.ନଂ.୬୩୭୨୯୨୭୯୭୪) ଓ ସଂଗୀତା ସୁରୁଜାଲ (ମୋ.ନଂ.୮୯୧୭୬୪୯୪୮୩) । ୨୫ ତାରିଖ ଦିନ ୯ଟାରୁ ୧ଟା ଯାଏଁ ଏଲ୍‌ଆଇସି ଅଫିସ୍‌ ଛକରୁ ଲାଲଟିକ୍ରା ଛକ ଯାଏଁ ରହିଥିବା ଜନସାଧାରଣଙ୍କ ପାଇଁ କନ୍ଧପାଲି ୟୁପିଏଚ୍‌ସି.ରେ ସ୍ୱାବ୍‌ ଟେଷ୍ଟିଂ ହେବ ଏବଂ ଏହାର ଦାୟିତ୍ୱ ନେଇଛନ୍ତି ଦେବରାଜ ମୁଗ୍ରୀ (ମୋ.ନଂ.୭୦୭୭୪୮୪୮୯୩), ମାଧୁରୀ ସ୍ୱାଇଁ (ମୋ.ନଂ.୬୩୭୨୭୧୯୧୮୧) ଓ ଲଳିତା ଓରାମ (ମୋ.ନଂ.୭୩୨୫୮୧୪୮୬୩) । ସେହିପରି ୨୬ ତାରିଖ ଦିନ ୯ଟାରୁ ୧ଟା ଯାଏଁ ଭାଗୀରଥି ଛକରୁ ସାର୍‌କିଟ୍‌ ହାଉସ୍‌ ଯାଏଁ ରହିଥିବା ଜନସାଧାରଣଙ୍କ ପାଇଁ ରୁଗୁଡ଼ିପଡ଼ା ସ୍କୁଲ୍‌ରେ ସ୍ୱାବ୍‌ ଟେଷ୍ଟ କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଏହାର ଦାୟିତ୍ୱରେ ରହିବେ ସୁଦର୍ଶନ ଦୀପ (ମୋ.ନଂ.୯୫୫୬୮୦୫୦୦୯), କଳ୍ପନା ବିଭାର (୭୫୦୪୯୪୧୪୮୨) ଏବଂ ରଂଜିତା ବାଗ (ମୋ.ନଂ. ୬୩୭୨୬୩୯୫୧୦) । ବଲାଙ୍ଗିର ପୌରାଂଚଳର ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.