pakka

ଆଜି ଆଲୋକର ପର୍ବ ଦୀପାବଳି : ଶ୍ରୀମନ୍ଦିର ଚାରିପଟେ ଜାରି ହେଲା ୧୪୪ ଧାରା, ସାଧାରଣ ଦର୍ଶନ ମନା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଆଲୋକର ପର୍ବ ଦୀପାବଳି । ସଚରାଚରରୁ ଅଂଧାର ହଟାଇବାର ମହାନ୍‌ ଲକ୍ଷ୍ୟ ରହୁଥିବା ଭଳି ବିଶେଷ ଭୂମିକା ରହିଛି ଏହି ପର୍ବରେ ଆମ ସମାଜରେ । ହିନ୍ଦୁ ଧର୍ମ ଅନୁସାରେ ଏହି ପର୍ବ ପାଳନର ଅନେକ ଆଧାର ରହିଛି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ଚାରିପଟେ ଜାରି ହୋଇଛି କଟକଣା । ସିଂହଦ୍ୱାର ଓ ଏହାର ଚାରିପଟେ ଜନସମାଗମକୁ ଦୃଷ୍ଟିରେ ରଖି ଜାରି ହୋଇଛି ୧୪୪ ଧାରା । ଭୋର ୪ଟାରୁ କଟକଣା ଲାଗୁ ହୋଇଥିବା ଜଣାପଡ଼ିଛି । ଏହି କଟକଣା ମଧ୍ୟରାତ୍ର ପର୍ୟ୍ୟନ୍ତ ବଳବତ୍‌ତ୍ତର ରହିବ । ସୂଚନା ଅନୁସାରେ ସାଧାରଣ ଦର୍ଶନ ଉପରେ ଆଜି ପାଇଁ କଟକଣା ଲଗାଯାଇଛି । କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନସମାଗମ ହେବା, ପ୍ରଦୂଷଣ ବଢିବା ଓ କୋଭିଡ କଟକଣା ଉଲ୍ଲଙ୍ଘନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ବିନ୍ଦୁ ସାଗରରେ ପୟା ଶ୍ରାଦ୍ଧ ଓ ପିଣ୍ଡଦାନକୁ ବାରଣ କରାଯାଇଛି ।

ତେବେ ମଧ୍ୟ ଆଲୋକର ପର୍ବ ଦୀପାବଳି ଓଡ଼ିଶାର ଘରେ ଘରେ ପାଳିତ ହେବ । ଆଲୋକ ମାଳାରେ ସଜେଇ ହେବ ଓଡ଼ିଶା ମାଟି । ହର୍ଷୋଲ୍ଲାସରେ ପାଳିତ ହେବ ଦୀପାବଳି ।

jay balangir
Leave A Reply

Your email address will not be published.

9 + one =

error: Content is protected !!