pr

ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ସମାଜସେବୀ ଦେବେନ୍ଦ୍ର

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ଇଚ୍ଛା ଥିଲେ ସବୁ ସମ୍ଭବ । ଜଣେ ମଣିଷର ମଣିଷ ପଣିଆ ରହିବାର ଆବଶ୍ୟକତା ରହିଛି । ଏହି କରୋନାର ଦ୍ଵିତୀୟ ଲହାରୀରେ ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବିତ ପଡିଛି । ଅନେକ ଲୋକେ କରୋନା ମହାମାରୀକୁ ନେଇ ଭୟ କରୁଛନ୍ତି ତେବେ ଏଭଳି ଘଡିସନ୍ଦି ମୁହୂର୍ତ୍ତରେ ବିନା ସ୍ୱାର୍ଥରେ ମାନବିକତା ଦେଖାଇ ଗରିବ ନିରୀହ ଲୋକଙ୍କ ସାଥି ଭାବରେ ପରିଚିତ ସୃଷ୍ଟି କରିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ତଥା ସମାଜସେବୀ ଦେବେନ୍ଦ୍ର ଯୋଶୀ । ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକେ ଅକ୍ସିଜେନ ନ ପାଇଁ ଛଟପଟ ହେଉଛନ୍ତି କିନ୍ତୁ ଶ୍ରୀ ଯୋଶୀଙ୍କ ପାଇଁ ସବୁ ସମ୍ଭବ । ସଙ୍ଗେ ସଙ୍ଗେ ଖବର ପାଇବା ପରେ ଲୋକଙ୍କ ଘରକୁ ପହଂଚାଇ ଦେଉଛନ୍ତି ଅମ୍ଳଜାନ। ଦିନ ରାତି ଏକ କରି ଗରିବଙ୍କ ସେବାରେ ଦିନ କାଟୁଛନ୍ତି । ଦିନ ହେଉ ବା ରାତି ହେଉ ଯେଉଁ ମୁହୂର୍ତ୍ତରେ ତାଙ୍କ ପାଖକୁ ଖବର ପହଞ୍ଚିଯାଏ ଯଦି କୈ।ଣସି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥାଏ ସେହି ସମୟରେ ଦେବଦୂତ ଭାବରେ ସେହି ଗୁରୁତର ରୋଗୀଙ୍କ ଘର ଆଗରେ ଛିଡା ହୋଇ ଯାଆନ୍ତି । ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇବାର ବ୍ୟବସ୍ଥା କରନ୍ତି । ତାଙ୍କ ପାଇଁ ନୁଆ କଥା ନୁହଁ ଅନେକ ରୋଗୀଙ୍କ, ବଲାଙ୍ଗିର, ବୁର୍ଲା, ଭୁବନେଶ୍ୱର, କଟକ ଭଳି ଅନେକ ସ୍ଥାନରେ ଚିକିତ୍ସା ପାଇଁ ନିଜ ହାତ ରୁ ଟଙ୍କା ଯୋଗାଡ କରି ରୋଗୀଙ୍କ ଜୀବନ ବଞ୍ଚାଇବାରେ ସଫଳତାର ହାସଲ କରିପାରନ୍ତି । ତେବେ ସ୍ଥାନୀୟ ଡାକ୍ତରଖାନାରେ କୋଭିଡ଼ ପରୀକ୍ଷା ପାଇଁ ପ୍ରତେକ ଦିନ ଶତାଧିକ ଲୋକ ଆସିଥାନ୍ତି ସେହି ସମୟରେ ଲୋକଙ୍କୁ ସଚେତନତା କରିବା ସହ କୋଭିଡ଼ ପରୀକ୍ଷାର ସୁବ୍ୟବସ୍ଥା ମଧ୍ୟ କରନ୍ତି । ତେବେ ଏଭଳି ଅନ୍ୟ ମାନଙ୍କ ପାଇଁ ସମର୍ପିତ ହୋଇ ଜୀବନ ବଞ୍ଚୁଥିବା ବ୍ୟକ୍ତିଙ୍କ ସଂଖ୍ୟା ସମାଜରେ ଖୁବ୍‌ କମ୍‌ । ସେଥିପାଇଁ ତ ଅସହାୟଙ୍କ ସାଥି ଭାବରେ ଅଞ୍ଚଳରେ ବେଶ ତାଙ୍କର ପରିଚିତ । ନିଜେ ପଛେ ଭୋକ ଉପାସରେ ଦିନ କାଟିବେ ହେଲେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବ୍ୟକ୍ତିଙ୍କ ପାଇଁ କିଛି ସମୟରେ ଟଙ୍କା ଯୋଗାଡ କରନ୍ତି ତେବେ ଏଭଳି ଜଣେ ସମାଜସେବୀ ଦେବେନ୍ଦ୍ର ଯୋଶୀଙ୍କୁ ଅଞ୍ଚଳରେ ଅସହାୟ ମାନଙ୍କ ପାଇଁ ଦେବଦୂତ ପାଲଟି ଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଂସଶା କରାଯାଉଛି ।

nrusinghnath
Leave A Reply

Your email address will not be published.