csstore

ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଲେ ଅଖିଳ କୁମାର ମିଶ୍ର

ଭୁବନେଶ୍ଵର, (ପିଆଇବି) : ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ମିଶ୍ର ଓଡ଼ିଶାର ଅତିରିକ୍ତ ପ୍ରେସ୍‌ ରେଜିଷ୍ଟ୍ରାର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିବେ । ଓଡ଼ିଶା ସହ ସେ ଝାଡ଼ଖଣ୍ଡର ଅତିରିକ୍ତ ଦାୟିତ୍ଵ ମଧ୍ୟ ନିର୍ବାହ କରିବେ । ଶ୍ରୀ ମିଶ୍ର ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ, ପିଆଇବି ଏବଂ ସିବିସି ଆଦି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି । ଜଣେ ଗବେଷକ ଭାବରେ ସେ ଆମେରିକାର ବର୍କଲେ ଓ ମ୍ୟାରିଲାଣ୍ଡ ତଥା ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି । ସେ ଜଣେ ପ୍ରତିଷ୍ଠିତ କବି ଭାବରେ ସୁପରିଚିତ ଓ ତାଙ୍କର ଅନେକ କାବ୍ୟକୃତି ପାଠକୀୟ ଆଦୃତି ଲାଭ କରିଛି ।

jayashree
Leave A Reply

Your email address will not be published.