csstore

ଛତ୍ରପୁର ଡିଏଭି ପବ୍ଲିକ୍ ସ୍କୁଲ ୪ର୍ଥ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତୁଳସୀନଗରଠାରେ ଅବସ୍ଥାପିତ ଡିଏଭି ପବ୍ଲିକ୍ ସ୍କୁଲର ୪ର୍ଥ ବର୍ଷିକ ଉତ୍ସବ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ସମ୍ମିଳନୀ ଗୃହରେ ଶୁକ୍ରବାର ସନ୍ଧ୍ୟାରେ ସାଂସ୍କୃତିକ ସମ୍ଭାର ମଧ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକା, ବିଶିଷ୍ଟ ଶିକ୍ଷାବିତ୍ ତଥା ଛତ୍ରପୁର ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ପଟ୍ଟନାୟକ ଯୋଗଦେଇ ବିଦ୍ୟାର୍ଥୀଙ୍କ ଶିକ୍ଷାକ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଧାରାଶ୍ରୀ ପାଢ଼ୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଧାରା ଓ ଶୈକ୍ଷିକ ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ଆଇନଜୀବୀ ବି. ଶ୍ରୀନିବାସ ରାଓ, ଜି. ଶେଶୁ ରେଡ୍ଡୀ, ସମାଜସେବୀ ଆର୍. ସି. ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କତିକ କାର୍ଯ୍ୟକ୍ରମ ଓ ଦେଶାତ୍ମବୋଧକ ସଙ୍ଗୀତରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ଖୁବ୍ ଆକର୍ଷଣୀୟ ହୋଇପାରିଥିଲା ।

jayashree
Leave A Reply

Your email address will not be published.